Posted inଖେଳ

ଟି-୨୦ରେ ବିଶ୍ୱରେକର୍ଡ: ଗୋଟିଏ ଓଭରରେ ୩୯ ରନ୍‌ ସ୍କୋର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ ଟି-୨୦ ଏକ ନୂତନ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟି-୨୦ରେ ଗୋଟିଏ ଓଭରରେ ମାତ୍ର ୩୬ ରନ ସ୍କୋର କରାଯାଇଥିଲା। ବର୍ତ୍ତମାନ ଏହି ସଂଖ୍ୟା ୩୯ ରନ୍‌ରେ ପହଞ୍ଚିଛି। ଅନ୍ତର୍ଜାତୀୟ ଟି-୨୦ରେ ଗୋଟିଏ ଓଭରରେ ୩୯ ରନ… ଏହା ‘ଅସମ୍ଭବ’ ଲାଗୁଛି, କିନ୍ତୁ ଏହା ‘ସମ୍ଭବ’ ହୋଇଗଲା। ଗୋଟିଏ ଓଭରରେ ୩୯ ରନ ସ୍କୋର କରି ଯୁବରାଜ ସିଂ, କିରନ ପୋଲାର୍ଡ, ନିକୋଲାସ ପୁରନ, ଦୀପେନ୍ଦ୍ର ସିଂ ଆରେ ଏବଂ ରୋହିତ ଶର୍ମା/ରିଙ୍କୁ ସିଂଙ୍କ ରେକର୍ଡ ଭାଙ୍ଗିଛି। ଏହି କୀର୍ତ୍ତିମାନ ସାମୋଆ ବ୍ୟାଟ୍ସମ୍ୟାନ ଡାରିୟସ ଭିସେରଙ୍କ ଦ୍ୱାରା କରାଯାଇଥିଲା
ପୁରୁଷ ଟି-୨୦ ବିଶ୍ୱକପ ଉପ-କ୍ଷେତ୍ରୀୟ ପୂର୍ବ ଏସିଆ-ପାସିଫିକ କ୍ୱାଲିଫାୟର୍‌ ଏ ୨୦୨୪ରେ ଏହି ସଫଳତା ଘଟିଛି। ସାମୋଆ ବ୍ୟାଟ୍ସମ୍ୟାନ ଡାରିୟସ ଭିସର୍‌ ଏକ ଓଭରରେ ୬ଟି ଛକା ସହ ମୋଟ ୩୯ ରନ ସଂଗ୍ରହ କରିଥିଲେ। ଡାରିୟସ ଭିସର୍‌ ଇନିଂସର ୧୫ତମ ଓଭରରେ ୩୯ ରନ ସ୍କୋର କରିବାରେ ସଫଳ ହୋଇଥିଲେ। ଡାରିୟସ ମୋଟ ୬ଟି ଛକା ମାରିଥିବା ବେଳେ ବାକି ନୋ ବଲ୍‌ରେ ଆସିଥିଲା।
ଓଭରର ପ୍ରଥମ ତିନୋଟି ବଲରେ ଡାରିୟସ ଭିସର୍‌ ଭାନୁଟୁଙ୍କ ନିପିକୋରୁ କ୍ରମାଗତ ତିନିଟି ଛକା ମାରିଥିଲେ। ତା’ପରେ ଚତୁର୍ଥ ବଲଟି ନୋ ବଲ ହୋଇଥିଲା, ଫଳସ୍ବରୂପ ୧ ରନ ହୋଇଥିଲା। ତା’ପରେ ପରବର୍ତ୍ତୀ ବଲରେ ଡାରିୟସ ଆଉ ଏକ ଛକା ମାରିଥିଲେ। ତା’ପରେ ଓଭରର ପଞ୍ଚମ ବଲ ଏକ ଡଟ୍‌ ଥିଲା। ଏହା ପରେ ଷଷ୍ଠ ବଲ ନୋ ଥିଲା, ଯେଉଁଥିରେ ଗୋଟିଏ ରନ ଆସିଥିଲା। ପରବର୍ତ୍ତୀ ବଲଟି ପୁନର୍ବାର ନୋ ଥିଲା, ଯେଉଁଥିରେ ଗୋଟିଏ ଛକା ମାରିଥିଲେ ଏବଂ ପରେ ଶେଷ ଫ୍ରି ହିଟ ବଲରେ ଛକା ହୋଇଥିଲା। ଏହିପରି, ଗୋଟିଏ ଓଭରରେ ୩୯ରନ ସ୍କୋର କରିବା ଆଶ୍ଚର୍ଯ୍ୟଜନକ ଥିଲା।
ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ସାମୋଆ ଦଳ ୨୦ ଓଭରରେ ୧୭୪ ରନ ସଂଗ୍ରହ କରିଥିଲା। ଡାରିୟସ ଡାରିୟସ ଭିସେର ଦଳ ପାଇଁ ସବୁଠୁ ବଡ ଇନିଂସ ଖେଳି ୬୨ ଟି ବଲରେ ୧୩୨ ରନ ସଂଗ୍ରହ କରି ୫ ଚୌକା ଓ ୧୪ ଛକା ସହାୟତାରେ କରିଥିଲେ। ତା’ପରେ ଟାର୍ଗେଟକୁ ଗୋଡ଼ାଇ ଭାନୁଟୁ ଦଳ ୨୦ ଓଭରରେ ମାତ୍ର ୧୬୪/୯ ରନ ସ୍କୋର କରିପାରିଥିଲା।

 

View this post on Instagram

 

A post shared by ICC (@icc)

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ପୋଲ୍‌ ଖୋଲିଲା: ଭାରତଠାରୁ କିଛି ଶିଖିବାକୁ ପିସିବିକୁ ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର୍‌

ଇସଲାମାବାଦ୍‌,୨୪।୯: ପାକିସ୍ତାନ କ୍ରିକେଟ ଦିନକୁ ଦିନ ତଳସ୍ତରକୁ ଯାଉଛି। ୨୦୨୪ ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ପ୍ରଥମ ଥର ପାଇଁ ଟୁର୍ନାମେଣ୍ଟରେ ଭାଗ ନେଉଥିବା...

ଚମତ୍କାର ଅନୁଭବ, ସ୍ବପ୍ନ ସାକାର ହୋଇଛି…

ନୂଆଦିଲ୍ଲୀ, ୨୪।୯ ଭାରତୀୟ ମହିଳା ଓ ପୁରୁଷ ଦଳ ପ୍ରଥମଥର ପାଇଁ ଚେସ୍‌ ଅଲିମ୍ପିଆଡ୍‌ରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି। ଏଥିପାଇଁ ଦେଶର ଚେସ୍‌ ମହଲରେ...

ରୋହିତ ଶର୍ମା ହେଉଛନ୍ତି ୨୪ କ୍ୟାରେଟ୍‌ ସୁନା: କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୯: ରୋହିତ ଶର୍ମା ଏବେ ଭାରତର ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଅଛନ୍ତି। ରୋହିତ ଟି-୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ ଟି-୨୦ରୁ...

ପୁଣି ହୃଦୟ ଜିତିଲେ ଧୋନୀ: ଚେନ୍ନାଇ ସୁପର କିଙ୍ଗ୍ସଠାରୁ ନେବେ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ,୨୩।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଯଦିଓ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ନାହାନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ...

୯୭ ବର୍ଷର ରେକର୍ଡ ଭାଙ୍ଗିଲା: ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ କଲା ଏମିତି କାରନାମା

ନୂଆଦିଲ୍ଲୀ,୨୩।୯: ଚେସ ଅଲିମ୍ପିଆଡ଼ରେ ଭାରତ ଇତିହାସ ସୃଷ୍ଟି କରିଛି। ୯୭ ବର୍ଷରେ ଯାହା ଘଟି ନ ଥିଲା, ଡି ଗୁକେଶ ଏବଂ ଅର୍ଜୁନ ଏରିଗାଇସିଙ୍କୁ ଭାରତ...

୩୪ ଟେଷ୍ଟ ଖେଳି ମହାନ….ଧୋନୀ-ପନ୍ତଙ୍କ ମଧ୍ୟରେ ତୁଳନା ହେବାରୁ ଦୀନେଶ କାର୍ତ୍ତିକ କହିଦେଲେ ମନର କଥା

ନୂଆଦିଲ୍ଲୀ,୨୩।୯: କାର ଦୁର୍ଘଟଣା ପରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମାଧ୍ୟମରେ ସେ ଫେରିବା...

କୋହଲି-ରୋହିତ ନୁହେଁ, ଚଳିତବର୍ଷ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କରିଛନ୍ତି ସର୍ବାଧିକ ରନ୍‌: ଟପ୍‌ ୩ରେ ଅଛନ୍ତି…

ନୂଆଦିଲ୍ଲୀ,୨୩।୯: ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷ ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ୫୬ ରନ ସ୍କୋର କରିଥିଲେ। ଦ୍ୱିତୀୟ ଇନିଂସରେ ସେ ୧୦ ରନ ସ୍କୋର...

ବିରାଟ କୋହଲିଙ୍କ ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୨୩।୯: କ୍ରିକେଟ ଖେଳ ବହୁ ବର୍ଷ ପୁରୁଣା। ସମୟ ସହିତ ଖେଳ କ୍ରମାଗତ ଭାବରେ ନିଜକୁ ଉନ୍ନତ କରିଆସୁଛି। ଆଜିର ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଆଜିର ବ୍ୟାଟ୍ସମ୍ୟାନ୍‌ମାନେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri