Categories: ଫୁରସତ

ଲମ୍ବା କେଶ ରଖି ଗିନିଜ୍‌ ରେକର୍ଡ କଲେ ଏହି ଯୁବତୀ

୧୮ ବର୍ଷୀୟା ନୀଲାଂଶୀ ପଟେଲ ନିଜର ଲମ୍ବା କେଶ ପାଇଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗୁଜରାଟରେ ରହୁଥିବା ନୀଲାଂଶୀଙ୍କ କେଶର ଲମ୍ବ ୬ ଫୁଟ ୬ ଇଞ୍ଚ। ନୀଲାଂଶୀ ୬ ବର୍ଷ ଦିନରୁ ନିଜର କେଶ ବଢ଼ାଇ ଆସୁଛନ୍ତି। ଏକ ସେଲୁନ୍‌ରୁ ଖରାପ ଅନୁଭୂତି ମିଳିବା ପରେ ସେ କେଶ ନ କାଟିବାକୁ ନିଷ୍ପତ୍ତି ନେଇଥିଲେ। ସେହିଦିନଠାରୁ ସେ ଆଉ କେଶ କାଟୁନାହାନ୍ତି।


ନୀଲାଂଶୀ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ସେଲୁନକୁ କେଶ କାଟିବାକୁ ଯାଇଥିଲି। ସେଲୁନବାଲା ଏମିତି ଖରାପ କରି ମୋ’ କେଶ କାଟିଦେଲେ ଯେ ଏହା ଦେଖି ମୋତେ ବହୁତ କଷ୍ଟ ଲାଗିଥିଲା। ସେହିଦିନଠାରୁ ନିଷ୍ପତ୍ତି ନେଇଥିଲି ଆଉ କେଶ କାଟିବି ନାହିଁ। ସେ କୁହନ୍ତି, ତାଙ୍କ କେଶର ଯତ୍ନ ତାଙ୍କ ମା’ ନିଅନ୍ତି। ନୀଲାଂଶୀ ୟୁଟ୍ୟୁବ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଲୋକେ ତାଙ୍କ କେଶକୁ ପ୍ରଶଂସା କରିବା ସହ ଗିନିଜ ରେକର୍ଡ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share