Categories: ଜାତୀୟ

ଭାରତ-ପାକିସ୍ତାନ ସୀମାରେ ଉଡିଲା ବିଶ୍ୱର ସର୍ବବୃହତ୍‌ ଜାତୀୟ ପତାକା

ଜୟପୁର,୧୫।୧: ଭାରତୀୟ ସେନା ଦିବସ ଅବସରରେ ଶନିବାର ରାଜସ୍ଥାନର ଜୈସଲମେରରେ ଥିବା ଭାରତ-ପାକିସ୍ତାନ ସୀମାରେ ପ୍ରଦର୍ଶିତ ହୋଇଛି ବିଶ୍ୱର ସର୍ବବୃହତ୍‌ ଜାତୀୟ ପତାକା। ମେଜର ଜେନେରାଲ ଯୋଗେନ୍ଦ୍ର ସିଂ ମାନ୍‌ ଏହାକୁ ଉଦ୍‌ଘାଟନ କରିଥିଲେ। ୧୯୭୧ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଐତିହାସିକ ଯୁଦ୍ଧର କେନ୍ଦ୍ରସ୍ଥଳ ଲଙ୍ଗଓ୍ବାଲାରେ ଏହି ପତାକା ପ୍ରଦର୍ଶିତ ହୋଇଥିଲା।

ଏହି ଜାତୀୟ ପତାକାର ସ୍ବତନ୍ତ୍ରତା ହେଉଛି ଏହା ଖଦିରେ ନିର୍ମିତ। ଏହାର ୨୨୫ ଫୁଟ ଲମ୍ବ ଏବଂ ୧୫୦ ଫୁଟ୍‌ ଚଉଡ଼ା। ପତାକାର ଓଜନ ୧୪୦୦ କିଲୋଗ୍ରାମ। ଏହାକୁ ପ୍ରସ୍ତୁତ କରିବାକୁ ୭୦ଜଣ କାରିଗରଙ୍କୁ ୪୯ ଦିନ ସମୟ ଲାଗିଥିଲା।

Share