ଆପଣ କେବେ ଶୁଣିଛନ୍ତି ଲଙ୍କା ଖାଇଲେ ମୃତ୍ୟୁ ହୁଏ ବୋଲି। ମାତ୍ର ଜଣେ ବ୍ୟକ୍ତି ଲଙ୍କା ଖାଇ ବିଶ୍ୱ ରେକର୍ଡ କରିବାର କିଛି ସମୟ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଛି।
କାନାଡାରେ ରହୁଥିବା ମାଇକ୍ ଜ୍ୟାକ୍ ନାମକ ଜଣେ ବ୍ୟକ୍ତି ମାତ୍ର ୯.୭୨ ସେକେଣ୍ଡରେ ସବୁଠୁ ରାଗ ୩ଟି କଞ୍ଚା ଲଙ୍କା ଖାଇ ରେକର୍ଡ କରିଥିଲେ। ସେ ରିପର କିସମର ଲଙ୍କା ଖାଇଥିଲେ। ଯାହାକୁ ବିଶ୍ୱର ସବୁଠୁ ରାଗ ଲଙ୍କା ବୋଲି କୁହାଯାଏ। ଲଙ୍କା ଖାଇ ବିଶ୍ୱ ରେକର୍ଡ କଲେ ସତ ମାତ୍ର ଏହାର କିଛି ସମୟ ପରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।