Categories: ଖେଳ

ବିଶ୍ୱ କ୍ରୀଡ଼ା ଖବରଦାତା ଦିବସ ପାଳିତ

ଭୁବନେଶ୍ୱର, ୩।୭ (ତପନ ସ୍ବାଇଁ): ମଞ୍ଚେଶ୍ୱର ସମେଇଗାଡିଆସ୍ଥିତ ଜିମ୍ନାଷ୍ଟିକ ଏକାଡେମୀ ଜେଏମ୍‌ ସ୍ପୋଟର୍‌ସ ଆନୁକୂଲ୍ୟରେ ବିଶ୍ୱ କ୍ରୀଡ଼ା ଖବରଦାତା ଦିବସ ରବିବାର ପାଳିତ ହୋଇଯାଇଛି। ଏକାଡେମୀର ଅଧ୍ୟକ୍ଷା ମୀରାରାଣୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ବରିଷ୍ଠ କ୍ରୀଡା ଖବରଦାତା ସୁରେଶ ସ୍ବାଇଁ, ଲିଙ୍ଗରାଜ ରାଉତ, ପ୍ରତାପ ପ୍ରଧାନ, ବିଜୟ କୁମାର ରଣା ଓ ମନୋରଞ୍ଜନ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଶ କୁମାର ରାଉତ ଓ ଲଳିତ କୁମାର ମହାନ୍ତି ଅତିଥି ଭାବେ ଯୋଗଦେଇ ବିଶ୍ୱ କ୍ରୀଡା ଖବରଦାତା ଦିବସ ସମ୍ପର୍କରେ ଉପସ୍ଥିତ ଥିବା ଖେଳାଳି, କୋଚ୍‌ ଓ ଅଭିଭାବକମାନଙ୍କୁ ଅବଗତ କରାଇଥିଲେ। କ୍ରୀଡ଼ାବିତ୍‌ ଓ ଖେଳ ଖବରଦାତାଙ୍କ ମଧ୍ୟରେ ଥିବା ସ୍ନେହ ଓ ସମ୍ପର୍କକୁ ଅଧିକ ନିବିଡ଼ କରିବା ପାଇଁ ଜେଏମ୍‌ ସ୍ପୋଟର୍‌ସ ଏକାଡେମୀ ପ୍ରତିବର୍ଷ ଏହି ଦିବସଟିକୁ ପାଳନ କରି ଆସୁଛି ବୋଲି ମୀରାରାଣୀ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଏକାଡେମୀର ଆଇନଗତ ପରାମର୍ଶଦାତା ସୁବ୍ରତ ମହାପାତ୍ର ସଂଯୋଜନା କରିଥିଲେ। ଏକାଡେମୀର ସମ୍ପାଦକ ଯଶୋବନ୍ତ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜେଏମ୍‌ ସ୍ପୋଟର୍‌ସ ଏକାଡେମୀର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

 

Share