Categories: ଖେଳ

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା ପରେ ନିଜର ପ୍ରଦର୍ଶନ ବଳରେ ଋଷଭ ପନ୍ତ ପ୍ରଥମ ୱିକେଟ୍ କିପର ଭାବେ ଏକ ପ୍ରକାର ନିଜର ସ୍ଥାନ ସୁରକ୍ଷିତ କରିସାରିଛନ୍ତି। ତେବେ ଦ୍ୱିତୀୟ ୱିକେଟ୍ କିପର ପାଇଁ ସଞ୍ଜୁ ସାମସନ ଏବଂ କେଏଲ ରାହୁଲଙ୍କ ମଧ୍ୟରୁ କିଏ ଚୟନ ହେବେ ସେ ନେଇ ବଡ ଖବର ସାମ୍ନାକୁ ଆସିଛି।

ପିଟିଆଇ ରିପୋର୍ଟ ଅନୁଯାୟୀ ଦ୍ୱିତୀୟ ୱିକେଟ୍ କିପର ସ୍ଲଟ୍ ଦୋୖଡରେ କେ.ଏଲ୍ ରାହୁଲ ସଞ୍ଜୁ ସାମସନଙ୍କ ଠାରୁ ଟିକେ ଆଗରେ ଅଛନ୍ତି। ଯଦିଓ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ ବ୍ୟାଟିଂ ଫର୍ମ ଜାତୀୟ ଚୟନ ପ୍ୟାନେଲ ପାଇଁ ଚିନ୍ତାର କାରଣ ହୋଇଛି ଯାହା ଟି -୨୦ ବିଶ୍ୱ ପାଇଁ ୧୫ ଜଣିଆ ଦଳ ଚଳିତ ମାସ ଶେଷ ସୁଦ୍ଧା ଘୋଷଣା କରିବ ବୋଲି ଆଶା କରାଯାଉଛି।

ୱେଷ୍ଟଇଣ୍ଡିଜ୍ ର ମନ୍ଥର ଟ୍ରାକକୁ ବିଚାର କରି ଆବେଶ ଖାନରେ ଅତିରିକ୍ତ ପେସ୍ ବୋଲରଙ୍କୁ ଛେନା କରାଯିବ କି ଲେଗ୍ ସ୍ପିନର ରବି ବିଷ୍ଣୋଇଙ୍କୁ କିମ୍ବା ଅଲରାଉଣ୍ଡର ଅକ୍ସର ପଟେଲଙ୍କୁ ଚୟନ କରାଯିବ ତାହା ଦେଖିବାକୁ ବାକି ରହିଲା।

Share