Categories: ଖେଳ

ସନ୍ୟାସ ଘୋଷଣା କଲେ ଏହି ତାରକା ଅଲରାଉଣ୍ଡର, ଦଳକୁ କରିଥିଲେ ବିଶ୍ୱ ଟେଷ୍ଟ ଚାମ୍ପିୟନ

ନୂଆଦିଲ୍ଲୀ,୩୧।୮: ନ୍ୟୁଜିଲ୍ୟାଣ୍ଡର ତାରକା ଅଲରାଉଣ୍ଡର କଲିନ ଡି ଗ୍ରାଣ୍ଡହୋମେ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୬ ବର୍ଷୀୟ ଏହି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି। ସେ ୧୦ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟର ଅଂଶବିଶେଷ ଥିଲେ। ନ୍ୟୁଜିଲ୍ୟାଣ୍ଡ ଦଳକୁ ବିଶ୍ୱର ଟେଷ୍ଟ ଚାମ୍ପିୟନ କରିବାରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ।

ଅବସର ଘୋଷଣାକୁ ନେଇ ଗ୍ରାଣ୍ଡହୋମେ କହିଛନ୍ତି, ମୁଁ ସ୍ବିକାର କରୁଛୁ ଯେ ମୁଁ ଛୋଟ ହେବି ନାହିଁ। ଆହତ ଥିବା ଯୋଗୁ ଟ୍ରେନିଂ ନେବାରେ ଅସୁବିଧା ହେଉଛି। ମୋର ଗୋଟିଏ ପରିବାର ମଧ୍ୟ ଅଛି। କ୍ରିକେଟ ପରେ ମୋର ଭବିଷ୍ୟତ କିଭଳି ହେବ, ମୁଁ ତାକୁ ବୁଝିବାକୁ ଚେଷ୍ଟା କରୁଛି। ଏଣୁ ଏସବୁ କଥା ଗତ ସପ୍ତାହରୁ ମୋ ମୁଣ୍ଡରେ ଚାଲୁଥିବା ସେ କହିଛନ୍ତି।

ତେବେ ଗ୍ରାଣ୍ଡହୋମ ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ୨୯ ଟେଷ୍ଟ, ୪୫ ଦିନିକିଆ ଏବଂ ୪୧ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ସେଥିରେ ସେ ଟେଷ୍ଟରେ ୧୪୩୨ ରନ୍‌ ଏବଂ ୪୯ ଉଇକେଟ ନେଇଛନ୍ତି। ସେହିଭଳି ସେ ଦିନିକିଆରେ ୭୪୨ ରନ୍‌ କରିବା ସହ ୩୦ ଉଇକେଟ ନେଇଛନ୍ତି। ଟି୨୦ରେ ତାଙ୍କ ନାମରେ ୫୦୫ ରନ୍‌ ଏବଂ ୧୨ ଉଇକେଟ ରହିଛି।

Share