Categories: ଖେଳ

ବଡ଼ ବିଜୟ ପରେ ବି ଭାରତକୁ ଟପି ପାରିଲାନି ଇଂଲଣ୍ଡ

ନୂଆଦିଲ୍ଲୀ, ୧୨।୦୭: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜ୍‌ରେ ଇଂଲଣ୍ଡ ବୃହତ୍‌ ବ୍ୟବଧାନରେ ବଡ଼ ବିଜୟ ହାସଲ କରିଛି । କିନ୍ତୁ ଦଳ ଏବେବି ବିଶ଼୍ବ ଟେଷ୍ଟ ଚାମ୍ପିୟନ୍‌ ପଏଣ୍ଟ ଟେବୁଲ୍‌ର ତଳେ ରହିଛି । ଅନ୍ୟପଟେ ଭାରତୀୟ କ୍ରିକେଟ୍‌ ଟିମ୍‌ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଲର୍ଡସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ୱେଷ୍ଟଇଣ୍ଡିଜ୍‌କୁ ୧୧୪ ରନ୍‌ରେ ହରାଇଛି । ୧୧ ମ୍ୟାଚ୍‌ରୁ ଇଂଲଣ୍ଡ ୪ଟି ମ୍ୟାଚ୍‌ ଜିତିବା ସହିତ ଏହାର ପ୍ରତିଶତ ୨୫ ରହିଛି । ଇଂଲଣ୍ଡ ୬ ମ୍ୟାଚ୍‌ ହାରିଛି ଏବଂ ଅନ୍ୟ ଗୋଟିଏ ମ୍ୟାଚ୍‌ ଡ୍ର ରହିଥିଲା ।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ଟିମ୍‌କୁ ପାଞ୍ଚଟି ମ୍ୟାଚ୍‌ରୁ ମାତ୍ର ଗୋଟିଏରେ ବିଜୟର ସ଼୍ବାଦ ଚାଖିବାକୁ ମିଳିଛି ଏବଂ ୨୬.୬୬ ପ୍ରତିଶତ ବିଜୟ ସହିତ ଟିମ୍‌ ଷଷ୍ଠ ସ୍ଥାନରେ ରହିଛି ।

Share