Categories: ଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଭାରତ ସମ୍ମୁଖରେ ୪୪୪ ରନର ବିଜୟ ଲକ୍ଷ୍ୟ…

ଲଣ୍ଡନ,୧୦।୬ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଦ୍ୱିତୀୟ ପର୍ଯ୍ୟାୟର ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ଭେଟିଛି। ଲଣ୍ଡନର କେନିଂଟନ ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ସାମ୍ନାରେ ୪୪୪ ରନର ବିଜୟ ଲକ୍ଷ୍ୟ ରହିଛି।

ଭାରତୀୟ ଦଳ ଇତିମଧ୍ୟରେ ୨୦ ଓଭରରେ ୩ ଓ୍ବିକେଟ ହରାଇ ୯୫ ରନ କରିଛି। ରୋହିତ ଶର୍ମା ୪୩ ରନ କରିଥିବାବେଳେ ଶୁଭମାନ ଗିଲ୍‌ ୧୮ ରନ, ଚେତେଶ୍ୱର ପୂଜାରା ୨୭ ରନ କରି ପାଭିଲିୟନ ଫେରିଛନ୍ତି।

Share