ନୂଆଦିଲ୍ଲୀ, ୮।୩ : ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଉଥାମ୍ପଟନର ଏଜେସ ବାଉଲଠାରେ ଖେଳାଯିବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୋମବାର ଏହା ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ପାଇଁ ଲଡର୍ସକୁ ଭେନ୍ୟୁ ଭାବେ ବଛା ଯାଇଥିଲା। କିନ୍ତୁ ସାଉଥାମ୍ପଟନର ଷ୍ଟାଡିୟମ ଭିତରେ ୫ ତାରକା ବିଶିଷ୍ଟ ହୋଟେଲ ବ୍ୟବସ୍ଥା ଥିବାରୁ ଆଇସିସି ଓ ଇଂଲଣ୍ଡ ଏବଂ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)କୁ ଦୁଇ ଦଳ ପାଇଁ ବାୟୋ ବବଲ ପ୍ରସ୍ତୁତ କରିବାରେ ସୁବିଧା ହେବ। ”
ମୁଁ ଟେଷ୍ଟ ଚାମ୍ପିୟନଶିପ ପାଇଁ ଇଂଲଣ୍ଡ ଯିବି। ଆଶା କରେ ଆମେ ନ୍ୟୁଜିଲାଣ୍ଡକୁ ହରାଇପାରିବା। ଆମ ପୂର୍ବରୁ ନ୍ୟୁଜିଲାଣ୍ଡ ସେଠାରେ ଖେଳିବ (ଇଂଲଣ୍ଡ ସହ ନ୍ୟୁଜିଲାଣ୍ଡ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ) ବୋଲି ଗାଙ୍ଗୁଲି କହିଛନ୍ତି।