ଲଣ୍ଡନ,୭।୬ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଦ୍ୱିତୀୟ ପର୍ଯ୍ୟାୟର ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ଭେଟିଛି। ଲଣ୍ଡନର କେନିଂଟନ ଓଭାଲରେ ଖେଳାଯାଉଥିବା ଏହୀ ମ୍ୟାଚରେ ଟସ ଜିତିବା ପରେ ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଆରମ୍ଭରୁ ଅଷ୍ଟ୍ରେଲିଆ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।
କଙ୍ଗାରୁ ଦଳର ପ୍ରଥମ ୱିକେଟ ଦୁଇଟି ରନ ସ୍କୋରରେ ପଡିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ବର୍ତ୍ତମାନର ପ୍ରର୍ଯ୍ୟାୟରେ ସର୍ବାଧିକ ରନ ସ୍କୋରର ଉସମାନ ଖ୍ବାଜା ଖାତା ଖୋଲି ନ ପାରି ପାଭିଲିୟନ ଫେରି ଯାଇଛନ୍ତି। ଖ୍ବାଜା ୧୦ ଟି ବଲ ଖେଳି ମହମ୍ମଦ ସିରାଜଙ୍କ ବଲରେ ୱିକେଟ କିପର ଶ୍ରୀକର ଭରତଙ୍କ ହାତରେ ଧରାପଡ଼ିଥିଲେ।