ବିଶ୍ୱରେ ଅନେକ ଦେଶ ଅଛି, ଯେଉଁଠି ବର୍ଷକୁ ଦୁଇଥର ଘଣ୍ଟାରେ ସମୟ ସ୍ଥିର କରାଯାଇଥାଏ। ଅର୍ଥାତ୍ ଏହି ଦେଶଗୁଡ଼ିକରେ ଘଣ୍ଟା ସମୟ ପ୍ରାୟ ୧ ଘଣ୍ଟା ପଛକୁ ଯାଇଥାଏ। ଏହି ସିଷ୍ଟମ ଆଲୋକ ସଞ୍ଚୟ ସମୟ ଭାବରେ ବିବେଚନା କରାଯାଏ। ବାସ୍ତବରେ ଏହି ସିଷ୍ଟମକୁ ବୁଝିବା ଏକ ପଜଲ। ଆମେରିକା ସମେତ ବିଶ୍ୱର ଅନ୍ୟାନ୍ୟ ଦେଶରେ ଘଣ୍ଟା ୮ ମାସ ପାଇଁ ୧ ଘଣ୍ଟା ଆଗରେ ଚାଲିଥାଏ ଏବଂ ଅବଶିଷ୍ଟ ୪ ମାସ ୧ ଘଣ୍ଟା ପଛରେ ଚାଲିଥାଏ। ମାର୍ଚ୍ଚ ଦ୍ୱିତୀୟ ରବିବାରରେ, ଆମେରିକାର ଘଣ୍ଟା ଏକ ଘଣ୍ଟା ଆଗରେ ଏବଂ ନଭେମ୍ବରର ପ୍ରଥମ ରବିବାରରେ ଏକ ଘଣ୍ଟା ପଛରେ ଚାଲିଥାଏ।
ପୁରାତନ କାଳରେ ବିଶ୍ୱାସ କରାଯାଉଥିଲା ଯେ ଏହି ପ୍ରକ୍ରିୟା ଦ୍ୱାରା ଆଲୋକର ଅଧିକ ବ୍ୟବହାର ହେତୁ କୃଷକମାନେ ଅତିରିକ୍ତ କାର୍ଯ୍ୟ ସମୟ ପାଇଥା’ନ୍ତି। ତଥାପି ଏହି ଧାରଣା ସମୟ ସହିତ ବଦଳି ଯାଇଛି। ବର୍ତ୍ତମାନ ବିଦ୍ୟୁତ୍ ଉପଯୋଗକୁ ହ୍ରାସ କରିବା ଲକ୍ଷ୍ୟରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ତାହା ହେଉଛି ଗ୍ରୀଷ୍ମ ଋତୁରେ ଘଣ୍ଟାକୁ ୧ ଘଣ୍ଟା ପଛରେ ପକାଇ ଆଲୋକର ଅଧିକ ବ୍ୟବହାର ପାଇଁ ମାନସିକସ୍ତରରେ ୧ ଘଣ୍ଟା ଅଧିକ ପାଇବାର ସୁଯୋଗ ମିଳିଥାଏ।