ବିଶ୍ୱ ପର୍ଯ୍ୟଟନ ଦିବସ: ସଫେଇ କାର୍ଯ୍ୟକ୍ରମରେ ସାମିଲ ହେଲେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା-ପ୍ରଶାସନ

ଦାରିଙ୍ଗବାଡି,୨୭।୯(ଅରୁଣ ସାହୁ): ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଏଥିପାଇଁ ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରାଯାଇଛି। ଦାରିଙ୍ଗବାଡିର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ରହିଥିବା କଫି ବଗିଚା, ଡୁଲୁରୀ ପାଇନବଣକୁ ସଫେଇ କରାଯାଇଥିବାବେଳେ ପ୍ରତିଦିନ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଅନ୍ୟ ପର୍ଯ୍ୟଟନ କ୍ଷେତ୍ରଗୁଡିକ ସଫେଇ କାର୍ଯ୍ୟ ଜାରି ରହିବ ବୋଲି ବିଡ଼ିଓ ଗଦାଧର ପାତ୍ର କହିଛନ୍ତି।

ଏହି ଅବସରରେ ବିଡ଼ିଓ ଗଦାଧର ପାତ୍ର, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସରପଞ୍ଚ ଚନ୍ଦ୍ରିକା ମଲିକ, ଜଳ ଯୋଗାଣ ଓ ପରିମଳ ବିଭାଗର ବିଆରସି ସୁଦାମ ସେନାପତି ଏବଂ ଦାରିଙ୍ଗବାଡି ପଞ୍ଚାୟତର କାର୍ଯ୍ୟକ୍ରମ ଅଧିକାରୀ ଦୁଃଶାସନ ବେହେରା, ଏପିଓ କେଦାର ଚନ୍ଦ୍ର ପଣ୍ଡା ପ୍ରମୁଖ ଏହି ସଫେଇରେ ସାମିଲ ହୋଇଥିଲେ।