ବିଶ୍ୱ ପର୍ଯ୍ୟଟନ ୩୨୦ ବିଲିୟନ ଡଲାର ହରାଇଛି

ଜାତିସଂଘ, ୨୬।୮: କରୋନା ମହାମାରୀ ବିଶ୍ୱ ପର୍ଯ୍ୟଟନ ଶିଳ୍ପରେ ବିପର୍ଯ୍ୟୟ ଆଣିଛି। ଚଳିତ ବର୍ଷର ପ୍ରଥମ ୫ ମାସରେ ଏହି ଶିଳ୍ପ ୩୨୦ ବିଲିୟନ ଡଲାର ରପ୍ତାନି ହରାଇଥିବାବେଳେ ୧୨ କୋଟିରୁ ଅଧିକ ନିଯୁକ୍ତି ପ୍ରତି ବିପଦ ସୃଷ୍ଟି ହୋଇଥିବା ଜାତିସଂଘ ମୁଖ୍ୟ କହିଛନ୍ତି। ଇନ୍ଧନ ଓ କେମିକାଲକୁ ବାଦ୍‌ ଦେଲେ ପର୍ଯ୍ୟଟନ ବିଶ୍ୱ ଅର୍ଥନୀତିରେ ତୃତୀୟ ସର୍ବାଧିକ ରପ୍ତାନି କ୍ଷେତ୍ର। ୨୦୧୯ରେ ଏହା ବିଶ୍ୱ ବାଣିଜ୍ୟର ୭ ପ୍ରତିଶତ ଥିଲା ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।
ବିଶ୍ୱରେ ପ୍ରତି ୧୦ ଜଣରେ ଜଣେ ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତ ହୋଇଥାନ୍ତି ଓ ଏହା କୋଟି କୋଟି ଲୋକଙ୍କ ଗୁଜୁରାଣ ମେଣ୍ଟାଇଥାଏ। ଏହା କେବଳ ଆର୍ଥତ୍କ ଅଭିବୃଦ୍ଧିରେ ସହାୟକ ହୋଇ ନ ଥାଏ, ବିଶ୍ୱ ସଂସ୍କୃତି ଓ ପ୍ରାକୃତିକ ବୈଭବ ସମ୍ପର୍କରେ ଜନସାଧାରଣ ଜାଣିବାକୁ ପାଇଥାନ୍ତି। ଫଳରେ ବିଭିନ୍ନ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ହୋଇଥାଏ। ତେବେ କରୋନା ମହାମାରୀ ଯୋଗୁ ୨୦୨୦ର ପ୍ରଥମ ୫ ମାସରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ଅଧାରୁ ଅଧିକ ହ୍ରାସ ପାଇବା ସହ ଏହି ସେକ୍ଟରରୁ ଆୟ ଗୁରୁତର ପ୍ରଭାବିତ ହୋଇଛି। ବିକଶିତ ଦେଶଗୁଡ଼ିକ ପ୍ରତି ଏହା ବଡ଼ ଝଟ୍‌କା ହୋଇଥିବାବେଳେ ବିକାଶଶୀଳ ରାଷ୍ଟ୍ର ବିଶେଷକରି କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ଓ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ପାଇଁ ଜରୁରୀ ସ୍ଥିତି ସୃଷ୍ଟି କରିଥିବା ଗୁଟେରେସ୍‌ କହିଛନ୍ତି। କାରଣ ଏହିସବୁ ଦେଶର ଜିଡିପିର ୨୦ ପ୍ରତିଶତରୁ ଅଧିକ ପର୍ଯ୍ୟଟନରୁ ଆସିଥାଏ।
୨୦୦୯ରେ ବିଶ୍ୱ ଆର୍ଥିକ ସଙ୍କଟ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଥିବାବେଳେ ପର୍ଯ୍ୟଟନ ଶିଳ୍ପକୁ ଯେତିକି କ୍ଷତି ହୋଇଥିଲା, ମହାମାରୀ ଯୋଗୁ ଚଳିତ ବର୍ଷର ପ୍ରଥମ ୫ ମାସରେ ପର୍ଯ୍ୟଟନ ରପ୍ତାନି ସେକ୍ଟରରେ ତା’ର ୩ ଗୁଣ କ୍ଷତି ହୋଇଛି ବୋଲି ଜାତିସଂଘର ବିଶ୍ୱ ପର୍ଯ୍ୟଟନ ସଂଗଠନର ମାର୍କେଟ ଇଣ୍ଟେଲିଜେନ୍ସ ଆଣ୍ଡ କମ୍ପିଟେଟିଭ୍‌ନେସ୍‌ ମୁଖ୍ୟ ସାଣ୍ଡ୍ରା କାର୍‌ଭାଓ କହିଛନ୍ତି। ଆକଳନ ଅନୁଯାୟୀ ଚଳିତ ବର୍ଷ ରପ୍ତାନି ସେକ୍ଟରରୁ ରପ୍ତାନି ୯୧୦ ବିଲିୟନରୁ ୧.୨ ଟ୍ରିଲିୟନ ଡଲାର ହ୍ରାସ ପାଇପାରେ। ଫଳରେ ବିଶ୍ୱ ଜିଡିପି ୧.୫ ପ୍ରତିଶତ ହ୍ରାସ ପାଇ ୨.୮ ପ୍ରତିଶତକୁ ଖସିଆସିବ। ପର୍ଯ୍ୟଟନ ସହ ଜଡ଼ିତ ଖାଦ୍ୟ ସେବା ଓ ଅନ୍ୟାନ୍ୟ ସେକ୍ଟର ସହ ସମ୍ପୃକ୍ତ ଥିବା ବିଶ୍ୱବ୍ୟାପୀ ୧୪.୪ କୋଟି ନିଯୁକ୍ତି ପ୍ରତି ବିପଦ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳ ବୈଶାଖୀର ତାଣ୍ଡବ, ବର୍ଷା-ଘଡ଼ଘଡ଼ିରେ ୩୦ରୁ ଊର୍ଦ୍ଧ୍ୱ ଲୋକାଙ୍କ ମୃତ୍ୟୁ

ପାଟନା,୧୦।୪: ବିହାରର ନାଳନ୍ଦା, ସିୱାନ, ଭୋଜପୁର, ଗୋପାଳଗଞ୍ଜ, ବେଗୁସରାଇ, ସରନ, ଗୟା, ଜେହାନାବାଦ ଏବଂ ଅରୱାଲରେ ଗୁରୁବାର ଅବରାହ୍ନରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ଯୋଗୁଁ...

ସଟସର୍କିଟରୁ ଅଗ୍ନିକାଣ୍ଡ: ସବୁକିଛି ଜଳିପୋଡ଼ି ପାଉଁଶ, ଜଣେ ଆହତ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ):ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଜଡାହାଟୁଣିର ବିଜୟ ଚନ୍ଦ୍ର ପାଢ଼ୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା...

ହାସିନାଙ୍କୁ ଯିବାକୁ ପଡ଼ିବ ବାଂଲାଦେଶ? କୋର୍ଟ ଜାରି କଲେ ଓ୍ବାରଣ୍ଟ

ଢାକା,୧୦।୪: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଉ ଏକ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି। ରାଜଧାନୀ ଢାକାର ଏକ କୋର୍ଟ ଗୁରୁବାର ଏକ...

ରାଜ୍ୟ ରାଜପଥରେ ହାତୀ ଉପଦ୍ରବ

ଜି.ଉଦୟଗିରି,୧୦।୪,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଠାରୁ କଳିଙ୍ଗା ଯିବା ରାଜ୍ୟ ରାଜପଥ ନିକଟ ରାଇପଦାଠାରେ ଗୁରୁବାର ସା ୮ ଘଣ୍ଟିକା ଠାରୁ ହାତୀପଲ...

ଇତିହାସ ରଚିଲେ ବିରାଟ କୋହଲି: ଏପରି କାରନାମା କରିବାରେ IPLର ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୧୦।୪: ବିରାଟ କୋହଲି IPL 2025 ରେ ଇତିହାସ ରଚିଛନ୍ତି। ସେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୨ ରନର ଏକ ଇନିଂସ ଖେଳିଥିଲେ। ଏହି...

ପ୍ରତ୍ୟର୍ପଣ ପରେ ଆତଙ୍କବାଦୀ ରାଣାଙ୍କ ପ୍ରଥମ ଫଟୋ ଆସିଲା ସାମ୍ନାକୁ, NIA କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୧୦।୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଗୁରୁବାର (୧୦ ଏପ୍ରିଲ, ୨୦୨୫) ଭାରତ ଅଣାଯାଇଛି। ଏନଆଇଏ ଟିମ ଏକ ସ୍ବତନ୍ତ୍ର ବିମାନ ଯୋଗେ...

ମମତା ସରକାରଙ୍କୁ ହଟାଇବାକୁ ଏମିତି ଅପିଲ କଲେ ଅଭିନେତା ମିଥୁନ ଚକ୍ରବର୍ତ୍ତି

କୋଲକାତା,୧୦।୪: ବଲିଉଡ ଅଭିନେତା ଏବଂ ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀ ଗୁରୁବାର କହିଛନ୍ତି ଯେ ଯଦି ମମତା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗରୁ ବିତାଡ଼ିତ କରିବାକୁ ପଡ଼େ, ତେବେ...

ଅନ୍ଧାରରେ ଗଞ୍ଜାମ ସହର

ଗଞ୍ଜାମ,୧୦।୪,(ବିଦ୍ୟାଧର ସାହୁ ): ଦୀର୍ଘ ବର୍ଷ ହେବ ବିଭିନ୍ନ ସମସ୍ୟାରେ ଜର୍ଜରିତ ଗଞ୍ଜାମ ସହର l ବିଭିନ୍ନ ସମସ୍ୟାଠାରୁ ବଳିଯାଇଛି ସହରର ଆଲୋକିକରଣ l ଅଧିକାଂଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image