Categories: ବାଣିଜ୍ୟ

ବିଶ୍ୱ ବାଣିଜ୍ୟ ଦିବସ ପାଳିତ

ଭୁବନେଶ୍ୱର, ୨୭।୭: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୱାଲର୍‌ଡ ଟ୍ରେଡ୍‌ ସେଣ୍ଟର(ଡବ୍ଲ୍ୟୁଟିସି) ଭୁବନେଶ୍ୱର ପରିସରରେ ବିଶ୍ୱ ବାଣିଜ୍ୟ ଦିବସ-୨୦୨୪ (ୱାଲର୍‌ଡ ଟ୍ରେଡ୍‌ ଡେ-୨୦୨୪) ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଏକ ସ୍ବତନ୍ତ୍ର ସମାରୋହ ଓ ସମ୍ମାନ ଉତ୍ସବ ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ଆୟୋଜିତ ହୋଇଥିଲା।

ଏପରିକି ଏହି ଅବସରରେ ‘ଓଡ଼ିଶା ଆଜ୍‌ ଦ ଗେଟ୍‌ୱେ ଫର୍‌ ଗ୍ଲୋବାଲ ଟ୍ରେଡ୍‌’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇଗୁଡିକୁ ସେମାନଙ୍କର ବଜାର ପହଞ୍ଚ ବୃଦ୍ଧି କରିବା ଓ ଅନ୍ତର୍ଜାତୀୟ ବଜାରରେ ପ୍ରବେଶକୁ ସୁଗମ କରିବାରେ ସହଯୋଗ କରିବା ଲାଗି ମିଳିତ ସହଯୋଗପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ଆବିଷ୍କାର କରିବା ଲାଗି ସେଞ୍ଚୁରିଅନ ୟୁନିଭର୍ସିଟି, କିଟ୍‌ ସ୍କୁଲ ଅଫ୍‌ ରୁରାଲ ମ୍ୟାନେଜମେଣ୍ଟ ଓ ବାଲେଶ୍ୱର ଚାମ୍ବର ଅଫ୍‌ ଇଣ୍ଡଷ୍ଟ୍ରିଜ ଆଣ୍ଡ କମର୍ସ ସହ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। ଅପରପକ୍ଷରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନ୍ତର୍ଜାତୀୟ ବାଣିଜ୍ୟରେ ପ୍ରବେଶ ସହ ବ୍ୟବସାୟକୁ ସୁଗମ କରିବାରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି।

ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏପରିକି କାରିଗର, ଶିଳ୍ପୀ, ଏସ୍‌ସି, ଏସ୍‌ଟି ଏବଂ ମହିଳା ଉଦ୍ୟୋଗୀଙ୍କ ଅର୍ଥନୈତିକ କାର୍ଯ୍ୟକଳାପକୁ ସମର୍ଥନ କରିବା ଦିଗରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସେ ବିସ୍ତୃତ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଟିପିସିର ନିର୍ଦ୍ଦେଶକ ନୁଗ୍ରୋହୋ ପ୍ରିୟୋ ପ୍ରାତୋମୋ,ଡବ୍ଲ୍ୟୁଟିସି ଭୁବନେଶ୍ୱରର ଅଧ୍ୟକ୍ଷ କ୍ୟାପ୍ଟେନ ସୋମେଶ ବାତ୍ରା, ଡବ୍ଲ୍ୟୁଟିସି ଆସୋସିଏଶନର ଏସିଆ ପାସିଫିକ୍‌ ଉପାଧ୍ୟକ୍ଷ ସ୍କଟ୍‌ ୱାଙ୍ଗ୍‌ ଡବ୍ଲ୍ୟୁଟିସି ଭୁବନେଶ୍ୱର ଟୁରିଜମ୍‌ ଆଣ୍ଡ ହସ୍ପିଟାଲିଟି ଥିଙ୍କ୍‌ ଟ୍ୟାଙ୍କର ସମ୍ମାନିତ କନ୍‌ଭେନର ଏବଂ ସ୍ବସ୍ତି ଗ୍ରୁପ୍‌ ଅଫ୍‌ ହୋଟେଲ୍ସର ସିଏମ୍‌ଡି ଡ. ଜେ.କେ. ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Share