ଦୂରରୁ ଧରା ଦର୍ଶନ

ନୀଲ୍ ଆର୍ମଷ୍ଟ୍ରଙ୍ଗ୍‌ ୧୯୬୯ ମସିହାରେ ଚନ୍ଦ୍ର ଉପରେ ପାଦ ପକାଇଥିଲେ। ଚନ୍ଦ୍ରପୃଷ୍ଠରେ ଚାଲିଥିଲେ। କିନ୍ତୁ ଆମେ ପୃଥିବୀରେ ରହି ଯେମିତି ରୁପା ଭଳି ଚକ୍‌ ଚକ୍‌ କରୁଥିବା ଚନ୍ଦ୍ର ବା ଜହ୍ନକୁ ଦେଖି ଖୁସିହେଉ, ଆର୍ମଷ୍ଟ୍ରଙ୍ଗ୍‌ଙ୍କୁ ଜହ୍ନ ସେମିତି ଦିଶୁ ନ ଥିଲା। ସେ ଚନ୍ଦ୍ରପୃଷ୍ଠରେ କଳା କଳା ଧୂଳି ଦେଖୁଥିଲେ । ତାଙ୍କ ଚାରିପାଖରେ ଛୋଟବଡ଼ ପାହାଡ଼ ଓ ଖାଲ ଥିଲା । ଜହ୍ନର ଏଭଳି ରୂପକୁ ଜଣେ ମହାକାଶ ବିଜ୍ଞାନୀ ଭାବରେ ସେ ସିନା ଗ୍ରହଣ କରୁଥିଲେ, କିନ୍ତୁ ଆମେ ସେମିତିକା ପାହାଡ଼-ପର୍ବତ-ଖାଲ-ଢିପରେ ଭରିଥିବା ଜହ୍ନକୁ ଗ୍ରହଣ କରିପାରିବା ନାହିଁ । ଏବେ ଆମେ ବୁଝିପାରୁଛୁ, ଦୂର ପରବତ ସୁନ୍ଦର ବୋଲି କାହିଁକି କୁହାଯାଏ । ଚନ୍ଦ୍ର ହେଉଛି ଆମ ପୃଥିବୀର ଉପଗ୍ରହ, ଯାହାକୁ ଆମେ ଜହ୍ନମାମୁ କହୁ । ଏବେ ଆମେ ପୃଥିବୀ କଥା ଚିନ୍ତା କରିବା । ପୃଥିବୀ ଉପରେ ଆମେ ରହୁ। ସେ ଆମକୁ କୋଳରେ ଧରିରଖିଛି ବୋଲି ତାକୁ ଆମେ ‘ଧରା’ ବା ‘ଧରିତ୍ରୀ’ ବୋଲି କହୁ । ଏହାର ଗଛଲତା, ଜୀବଜନ୍ତୁ ଓ ପାଣିପବନ ଆମକୁ ଭଲ ଲାଗେ । କିନ୍ତୁ ‘ଧରା’ ବା ପୃଥିବୀଠାରୁ ଅନେକ ଦୂରରେ ରହି ପୃଥିବୀକୁ ଦେଖିଲେ, ତାହା କେମିତି ଦିଶିବ, ସେଇ ବିଷୟରେ ଏଠାରେ ଆଲୋଚନା କରିବା।
ପୃଥିବୀ ମଧ୍ୟ କମଳାଲେମ୍ବୁ ପରି ଗୋଲ୍‌ ବୋଲି ଆମେ ବହିରେ ପଢ଼ିଛୁ । କିନ୍ତୁ ଆମେ କେବେ ନିଜ ଆଖିରେ ପୃଥିବୀର ଗୋଲ୍‌ ଆକାରକୁ ଦେଖିନାହୁଁ । କାହିଁକି ନା, ଆମର ଆକାରକୁ ଦେଖିଲେ ପୃଥିବୀର ଆକାର ଖୁବ୍‌ ବଡ଼ । ତେଣୁ ତା’ ଉପରେ ଛିଡ଼ା ହୋଇ ଆମେ ସମୁଦାୟ ପୃଥିବୀକୁ ଦେଖିବା ସମ୍ଭବ ନୁହେଁ । ପୃଥିବୀ ଉପରେ ଛିଡ଼ା ହୋଇ କେବଳ ପୃଥିବୀପୃଷ୍ଠର କିଛି ଅଂଶ ଦେଖିପାରିବା, ଯାହାକି ପୃଥିବୀର ପ୍ରକୃତ ଆକାର ତୁଳନାରେ କିଛି ନୁହଁ । ତେଣୁ ସେତିକି ଅଂଶରୁ ପୃଥିବୀର ପ୍ରକୃତ ବିଶାଳ ଆକାର ଜଣାପଡିବ ନାହିଁ । ବରଂ ପୃଥିବୀର ଅଧିକ ଅଞ୍ଚଳକୁ ଦେଖିବା ଲାଗି ଚେଷ୍ଟା କରିବା । ପୃଥିବୀର ପୃଷ୍ଠ ସମତଳ ନୁହେଁ। ଅର୍ଥାତ୍‌ ତାହା ସବୁଠି ସମାନ ଉଚ୍ଚତାରେ ନାହିଁ। ପୃଥିବୀ ପୃଷ୍ଠରେ କୋଉଠି ଉଚ୍ଚ ମାଳଭୂମି ରହିଛି ତ କୋଉଠି ହିମାଳୟ ଭଳି ବିଶାଳ ପର୍ବତ ଛିଡ଼ା ହୋଇଛି। ତେଣୁ ସବୁ ଜାଗାରୁ ସମାନ ପରିମାଣର ଅଞ୍ଚଳ ଦେଖିବା ସମ୍ଭବ ନୁହେଁ । ସମୁଦ୍ର କୂଳକୁ ପୃଥିବୀପୃଷ୍ଠର ପ୍ରକୃତ ସମତଳ ଅଞ୍ଚଳ ଭାବରେ ନିଆଯାଏ । ଆମେ ସମୁଦ୍ର କୂଳରେ ଛିଡ଼ା ହୋଇ ାରିଆଡ଼କୁ ଦେଖିଲେ ଅତି ବେଶିରେ ୪ କିଲୋମିଟର ଦୂରତା ପର୍ଯ୍ୟନ୍ତ ଦେଖିପାରିବୁ । ତା’ ପରେ ପୃଥିବୀପୃଷ୍ଠ ତଳକୁ ମୋଡ଼ିଗଲା ପରି ଜଣାପଡ଼ିବ । ମନେ ହେବ ସତେଯେମିତି ସେଇଠି ପୃଥିବୀ ସରିଯାଇଛି। ତାହାକୁ ଦିଗ୍‌ବଳୟ (ହରାଇଜନ୍‌) କୁହାଯାଏ। ପୃଥିବୀ କମଳାଲେମ୍ବୁ ପରି ଗୋଲ୍‌ ହେଇଥିବାରୁ ଆମକୁ ଏମିତି ଦିଶେ । ଗୋଲ୍‌ ପୃଥିବୀର କେନ୍ଦ୍ରରୁ ଭୂପୃଷ୍ଠ ପର୍ଯ୍ୟନ୍ତ ୬,୪୦୦ କିଲୋମିଟର ହେବ । ଅର୍ଥାତ୍‌ ୧୨,୮୦୦ କିଲୋମିଟର ଓସାରର ଫାଙ୍କ ଭିତରେ ପୃଥିବୀ ଗଳିପାରିବ । ଗୋଲ୍‌ ପୃଥିବୀର ପୃଷ୍ଠତଳ କମଳାଲେମ୍ବୁର ପୃଷ୍ଠ ପରି ସବୁଠି ବଙ୍କେଇ ହୋଇ ରହିଛି । କିନ୍ତୁ ପୃଥିବୀର ଆକାର ଅତି ବିଶାଳ ହୋଇଥିବାରୁ ଆମେ ସେଇ ବଙ୍କା ଆକାରକୁ ଅନୁଭବ କରିପାରୁନାହିଁ। ଆମେ ବିଶାଳ ପୃଷ୍ଠର ମାତ୍ର କିଛି ଅଂଶ ଦେଖୁ ବୋଲି ତାହା ସମତଳ ଲାଗେ । ଫୁଟବଲ୍‌ ବା କମଳାଲେମ୍ବୁ ଉପରେ କ୍ଷୁଦ୍ର ପିମ୍ପୁଡ଼ି ଯେପରି ସହଜରେ ଚାଲିବୁଲି ପାରେ, ତଳକୁ ଟଳି ପଡ଼ିବାର ଭୟ ନଥାଏ, ଆମେ ସେମିତି ବିଶାଳ ପୃଥିବୀର ବଙ୍କା ପୃଷ୍ଠ ଉପରେ ସହଜରେ ଲାବୁଲା କରିପାରୁ । ପୃଥିବୀ ପୃଷ୍ଠର ବକ୍ରତାକୁ ଆଦୌ ଅନୁଭବ କରିହୁଏ ନାହିଁ ।
ଉଚ୍ଚତା ଦେଢ ମିଟର ହେବ। ଜଣେ ଦେଢ ମିଟର ଉଚ୍ଚତାର ମଣିଷ ୧୨,୮୦୦ କିଲୋମିଟର ଓସାର ପୃଥିବୀର ପୃଷ୍ଠରେ ଛିଡା ହେଇ ପୂରା ପୃଥିବୀକୁ ଦେଖିବା ସମ୍ଭବ ନୁହେଁ । ବରଂ ଆମେ ଭୂଇଁଠାରୁ ଟିକିଏ ଉପରକୁ ଉଠିଯାଇ ପୃଥିବୀକୁ ଅନେଇଲେ କିଛିଟା ଲାଭ ହେବ। ହଁ, ଆମେ ସମୁଦ୍ର କୂଳରେ ଭୂଇଁଠାରୁ ଅଧିକ ଅଧିକ ଉଚ୍ଚତାକୁ ଉଠିଲେ, ଦୂର ଦିଗବଳୟ ଆମଠାରୁ ଆହୁରି ଦୂରେଇ ଦୂରେଇ ଯିବ । ଏହାର ଅର୍ଥ ପୃଥିବୀ ପୃଷ୍ଠର ଅଧିକ ଅଂଶ ଦେଖିପାରିବା । ଆମେ ସମୁଦ୍ରକୂଳରେ ଭୂଇଁଠାରୁ ୬ ମିଟର ଉପରକୁ ଉଠିଗଲେ, ଆମଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଦିଗ୍‌ବଳୟ ରହିବ । ସେହିପରି ୯୦ ମିଟର ଉଚ୍ଚତାରୁ ଆମେ ପୃଥିବୀପୃଷ୍ଠର ପ୍ରାୟ ୩୪ କିଲୋମିଟର ଦୂରତା ପର୍ଯ୍ୟନ୍ତ ଦେଖିପାରିବୁ । ଯଦି ୧୦୫୦ ମିଟର ଉଚ୍ଚର ଏକ ପାହାଡ଼ ଚୂଳରେ ଛିଡ଼ା ହେବୁ, ତେବେ ଆମକୁ ୧୩୦ କିଲୋମିଟର ପର୍ଯ୍ୟନ୍ତ ଭୂପୃଷ୍ଠ ଦେଖାଯିବ । ଆହୁରି ଉଚ୍ଚକୁ ଉଠିବା ପାଇଁ ଆମେ ଉଡ଼ାଜାହାଜର ସାହାଯ୍ୟ ନେବାକୁ ପଡ଼ିବ । ଯଦି ୪,୮୦୦ ମିଟର ଉଚ୍ଚତାରେ ଉଡୁଥିବା ଉଡ଼ାଜାହାଜରେ ବସିବା, ତା’ହେଲେ ଆମ ଚାରିପଟେ ୨୬୫ କିଲୋମିଟର ପର୍ଯ୍ୟନ୍ତ ଭୂପୃଷ୍ଠକୁ ଦେଖିପାରିବା । ତଥାପି ଆମେ ପୃଥିବୀକୁ ସଂପୂର୍ଣ୍ଣ ଦେଖିପାରିବା ନାହିଁ । ଆମକୁ ଆହୁରି ଉପରକୁ ଯିବାକୁ ପଡ଼ିବ । ଆମର ଉପଗ୍ରହ ଚନ୍ଦ୍ର ଆମଠାରୁ ୩,୮୪,୪୪୦ କି.ମି. ଉଚ୍ଚତାରେ ରହିଛି । ଚନ୍ଦ୍ରପୃଷ୍ଠରୁ ରହି ପୃଥିବୀକୁ ଦେଖିଲେ ପୃଥିବୀର ପ୍ରକୃତ ଆକୃତି ଜଣାପଡିବ । ଚନ୍ଦ୍ରପୃଷ୍ଠରୁ ଦେଖିଲେ ଆମକୁ ପୃଥିବୀ ଗୋଟିଏ ସୁନ୍ଦର ନୀଳ ଫୁଟବଲ୍‌ ପରି ଦିଶିବ । ସେତେବେଳେ ଆମେ ପୃଥିବୀ ଗୋଲ୍‌ ବୋଲି ନିଃସନ୍ଦେହରେ କହିପାରିବା । ଆହୁରି ମଧ୍ୟ କହିପାରିବା, ଆମ ପୃଥିବୀକୁ ପାଖରୁ ଦେଖିଲେ ଯେମିତି ସୁନ୍ଦର, ଦୂରରୁ ବି ସେମିତି ସୁନ୍ଦର ।

ଡ. କମଳାକାନ୍ତ ଜେନା
-ବିଭାଗୀୟ ମୁଖ୍ୟ (ପଦାର୍ଥ ବିଜ୍ଞାନ ବିଭାଗ),
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ
ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ସେଲିବ୍ରିଟିମାନେ ପିଉଥିବା ବ୍ଲାକ ଓ୍ବାଟରର ଉପକାରିତା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୬।୧୧: ଆମେ ସମସ୍ତେ କଳା ଜଳ ବା ବ୍ଲାକ ଓ୍ବାଟରର ନାମ ଅର୍ଥାତ୍‌ କ୍ଷାରୀୟ ଜଳର ନାମ ଶୁଣିଛୁ । ଆପଣ ପ୍ରାୟ ପ୍ରତ୍ୟେକ ସେଲିବ୍ରିଟି...

କାର୍ତ୍ତିକ ପୂର୍ଣ୍ଣିମାରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ଖୋଲିବ,ଅଟକି ଥିବା କାମ… 

ହିନ୍ଦୁ ଧର୍ମରେ ଦେବ ଦୀପାବଳିର ବଡ଼ ମହତ୍ୱ ରହିଛି। ଏହାକୁ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ରାତିରେ ସମସ୍ତ ଦେବୀଦେବତା...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

ସଚେତନତାକୁ ପ୍ରାଥମିକତା ଦିଆଯାଉ

ନିମୋନିଆ ଏଭଳି ଏକ ସ୍ବାସ୍ଥ୍ୟ ସମସ୍ୟା, ଯାହା ଶିଶୁ, ଯୁବପିଢ଼ି, ବୟସ୍କଙ୍କୁ ହୋଇପାରେ। ଏହାର କେତୋଟି ପ୍ରମୁଖ ଲକ୍ଷଣ ରହିଛି। ସେଗୁଡିକ ବିଷୟରେ ଆମେ ଜାଣିବା...

ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁଫୁଲ, ମିଳିବ ଏସବୁ ଫାଇଦା…

ଆପଣଙ୍କର ଦୃଷ୍ଟିଶକ୍ତିଜନିତ ସମସ୍ୟା ରହିଛି କି? ଯଦି ହଁ, ତେବେ ଏଥିରୁ ରକ୍ଷା ପାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ବାସ୍‌, ନିଜର...

ଶ୍ରେଷ୍ଠ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼, ଧନଜୀବନ ପ୍ରତି ମହାବିନାଶକ

ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ କ୍ଷୁଦ୍ର ଲଘୁଚାପ ‘ଦାନା’ ସମୟକ୍ରମେ ଅବପାତ, ଗଭୀର ଅବପାତ, ଘୂର୍ଣ୍ଣିବାତ୍ୟା ଓ ଗଭୀର ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇ ଓଡ଼ିଶା...

ଏମିତି ଜଣାପଡ଼େ କ୍ୟାନ୍‌ସରର ପ୍ରାଥମିକ ଲକ୍ଷଣ, ଅବହେଳା ନ କରି…

ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ଆମ ରାଜ୍ୟରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାର କେତେକ କାରଣ ମଧ୍ୟ ରହିଛି। ଅଧିକାଂଶ ବ୍ୟକ୍ତି...

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ ଅଶାନ୍ତି

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri