Categories: ଜାତୀୟ

ବିଶ୍ୱ ଯୁଦ୍ଧକୁ ନେଇ ବାଜିବ ସତର୍କ ଘଣ୍ଟି!

ନୂଆଦିଲ୍ଲୀ,୧ ।୧୦: କରୋନା ମହାମାରୀ ସମୟରେ ଯେ କୌଣସି ସମୟରେ ବିଶ୍ୱ ଯୁଦ୍ଧପାଇଁ ସତର୍କ ଘଣ୍ଟି ବାଜିପାରେ ବୋଲି ଆଲୋଚନା ହେଉଛି । କାରଣ ବିଶ୍ୱର ପାଖାପାଖି ୪ଟି ସ୍ଥାନରେ ପଡୋଶୀ ଦେଶ ମଧ୍ୟରେ ସଂଘର୍ଜ ଜାରି ରହିଛି । ସବୁଠାରୁ ବଡ ସଂଘର୍ଷର ମଇଦାନ ରୁଷିଆ ନିକଟରେ ଥିବା ଆଲୋଚନା ହେଉଛି । ଏଠାରେ ଆର୍ମିନିଆ ଓ ଅଜରବୈଜାନ ମଧ୍ୟରେ ଲାଗି ରହିଛି ଜମି ବିବାଦ । ଦୁଇ ପଡୋଶୀଙ୍କ ମଧ୍ୟରେ ଲାଗି ରହିଛି ସଂଘର୍ଷ । ସେହିପରି ଆଉ ଏକ ବିବାଦ ହେଉଛି ଭାରତ-ଚାଇନା ସୀମା ବିବାଦ । ଏହାକୁ ନେଇ ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ଡାକରା ଦିଆଯାଇପାରେ ବୋଲି କୁହାଯାଉଛି । ଅନ୍ୟପଟେ ସୌଦି ଆରବ ଓ ଇରାନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ପାକିସ୍ତାନ ଓ ତୁର୍କି ବିରୋଧରେ ରୁଷିଆ ବି ବଡ ପଦକ୍ଷେପ ନେଇପାରେ ବୋଲି କୁହାଯାଉଛି । ଏହାସହ ଚାଇନା ଓ ତାଇୱାନ ମଧ୍ୟରେ ବି ତୁତୁ ମେମେ ଲାଗି ରହିଛି । ଏହାକୁ ଦେଖିବା ପରେ ଅନୁମାନ କରାଯାଉଛି କି ଯେ କୌଣସି ସମୟରେ ବିଶ୍ୱଯୁଦ୍ଧ ପାଇଁ ସତର୍କ ଘଣ୍ଟି ବାଜିପାରେ ।

Share