ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା

ଓ୍ବାରସ, ୯ା୫ : ପୋଲାଣ୍ଡର ଏକ ନିଦୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ପଡ଼ିଥିବା ବୋମା ରବିବାର ବିସ୍ଫୋରଣ ଘଟିଛି। ପୋଲାଣ୍ଡ ନେଭି ଏହାକୁ ଡିଫ୍ୟୁଜ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ନଦୀ ଭିତରେ ଫୁଟିଥିବା ବୋମାର ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି।

୫.୪ ଟନ ଓଜନ ବିଶିଷ୍ଟ ଟଲବୟ ବମ ୨୦୧୯ ସେପ୍ଟେମ୍ବରରେ ଠାବ କରାଯାଇଥିଲା। ଏଥିରେ ୨,୪୦୦ କେଜି ବିସ୍ଫୋରକ ଭର୍ତ୍ତି ହୋଇଥିଲା, ଯେଉଁ କାରଣରୁ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଘଟଣାରେ କୌଣସି ମୃତାହତ ହୋଇ ନ ଥିବା ନେଭି ପ୍ରବକ୍ତା ଲ୍ୟୁଟନାଣ୍ଟ କାମାଣ୍ଡର ଗ୍ରଜେଗ୍ରୋର୍ଜ ଲଓ୍ବୋଣ୍ଡେସ୍କି କହିଛନ୍ତି। ବୋମାକୁ ଡିଫ୍ୟୁଜ କରିବାକୁ ଉଦ୍ୟମ କରୁଥିବା ଡାଇଭର୍ସ ସୁରକ୍ଷିତ ଦୂରରେ ଥିଲେ। ବିସ୍ଫୋରଣ ହେବାର ସମ୍ଭାବନ ଥିବାରୁ ଆଗୁଆ ପାଖାପାଖି ୨.୪ କି.ମି. ମଧ୍ୟରେ ରହୁଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା।

Share