ବିଶ୍ୱ ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟ: ମ୍ୟାଚ୍‌ ଦେଖିବେ ସ୍ବାଭିମାନ ଅଞ୍ଚଳର ୫୦ ଛାତ୍ରୀଛାତ୍ର

ଚିତ୍ରକୋଣ୍ଡା,୧୬।୧୦(ଡି.ଏନ୍‌.ଏ): ମାଲକାନଗିରି ଜିଲା ଆଇଟିଡିଏ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ୩ଟି ବିଦ୍ୟାଳୟରୁ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେଉଥିବା ବିଶ୍ୱ ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟ ଦେଖିବା ଲାଗି ରବିବାର ବାହାରିଛନ୍ତି। ଆଇଟିଡିଏ ସହଯୋଗରେ ଏହି ଛାତ୍ରୀଛାତ୍ର ଏକ ବସ୍‌ ଯୋଗେ ମାଲକାନଗିରିରୁ ଭୁବନେଶ୍ୱର ଯାତ୍ରା କରିଛନ୍ତି। ପିଏ ଆଇଟିଡିଏ ତ୍ରିନାଥ ମାଝି, ଚିତ୍ରକୋଣ୍ଡା ବିଡିଓ ରଘୁନାଥ ମୁଣ୍ଡାରୀ, ପ୍ରଶାନ୍ତ ବାଉରୀଙ୍କ ତତ୍ତ୍ୱାବଧାନରେ ଛାତ୍ରୀଛାତ୍ର କଳିଙ୍ଗ ଷ୍ଟାଡିୟମ ଆସିଥିବା ସୂଚନା ମିଳିଛି l

Share