Categories: ବାଣିଜ୍ୟ

ଟିପିଏସ୍‌ଡିଆଇ ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ

ଭୁବନେଶ୍ୱର, ୧୭।୭: ଟାଟା ପାଓ୍ବାର ସ୍କିଲ୍‌ ଡେଭେଲପମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ (ଟିପିଏସ୍‌ଡିଆଇ) ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ ( ଓ୍ବାର୍ଲଡ ୟୁଥ୍‌ ସ୍କିଲ୍‌ ଡେ) ପାଳିତ ହୋଇଯାଇଛି। ବିଶେଷକରି ବିଦ୍ୟୁତ୍‌ ଶକ୍ତି କ୍ଷେତ୍ରରେ ଆବଶ୍ୟକ ଓ ସବୁଜ ନିଯୁକ୍ତି ଦକ୍ଷତା ଉପରେ କାର୍ଯ୍ୟ କରୁଥିବା ଟିପିଏସ୍‌ଡିଆଇ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ଛାତ୍ରୀଛାତ୍ରଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହ ଏକ ବିରଳ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଏକ ଅତ୍ୟାଧୁନିକ ଦକ୍ଷତା ବିକାଶ ଅନୁଷ୍ଠାନ ଭାବେ ଟିପିଏସ୍‌ଡିଆଇ ପକ୍ଷରୁ ନିଯୁକ୍ତି ହାସଲ ଯୋଗ୍ୟ ତାଲିମ ପ୍ରଦାନ କରି ଯୁବବର୍ଗ ଓ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରାଯାଉଛି। ସେହିଭଳି ଅନୁଷ୍ଠାନ ପକ୍ଷରୁ କମ୍ପାନୀର ‘ସଷ୍ଟେନେବଲ୍‌ ଇଜ୍‌ ଆଟେନେବଲ୍‌’ମିସନ୍‌ ଅନୁସାରେ ଅକ୍ଷୟ ଶକ୍ତି କ୍ଷେତ୍ରର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ତାଲିମ ଦିଆଯାଉଛି। ଏ ସମ୍ପର୍କରେ ଟାଟା ପାୱାରର ମୁଖ୍ୟ ଏଚ୍‌ଆର୍‌, ସିଏସ୍‌ଆର୍‌ ଓ ସଷ୍ଟେନବିଲିଟି ହିମଳ ତିୱାରୀ କହିଛନ୍ତି, ଏକ ରୂପାନ୍ତରିତ ଭବିଷ୍ୟତ ପାଇଁ ପ୍ରଗତିଶୀଳ ଓ ଦକ୍ଷତା ଗଠନ ଜରିଆରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ଉପରେ ଟାଟା ପାୱାର ବିଶ୍ୱାସ କରିଥାଏ। ଏପରିକି କମ୍ପାନୀର ଉଦ୍ୟମଗୁଡିକ ଆମ ସମାଜର ଯୁବବର୍ଗଙ୍କୁ ଭବିଷ୍ୟତ ଲାଗି ପ୍ରସ୍ତୁତ ରଖିବା ଦିଗରେ କେନ୍ଦ୍ରୀଭୂତ ରହିଛି। ସେହିଭଳି ଟିପିଏସ୍‌ଡିଆଇ ଜରିଆରେ ଆମେ ଏକ ବ୍ୟବସ୍ଥା ବିକାଶ କରିଛୁ, ଯାହା ସବୁଜ ଓ ସ୍ମାର୍ଟ ଶକ୍ତି ପ୍ରଯୁକ୍ତିକୁ ଧ୍ୟାନରେ ରଖି ଯୁବପିଢ଼ିଙ୍କ୍‌ୁ ତାଲିମ ପ୍ରଦାନ କରି ସେମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ନିଯୁକ୍ତି ଓ ଉଦ୍ୟୋଗତାର ସୁଯୋଗ ଖୋଲୁଛି ବୋଲି ତିୱାରୀ ମତପ୍ରକାଶ କରିଛନ୍ତି। ଯୁବପିଢ଼ିଙ୍କୁ ନିଯୁକ୍ତି, ସମ୍ମାନଜନକ କାର୍ଯ୍ୟ ଓ ଉଦ୍ୟୋଗତା ପାଇଁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବାର ଗୁରୁତ୍ୱ ବିଷୟରେ ଜଣାଇବା ଲାଗି ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଜୁଲାଇ ୧୫କୁ ବିଶ୍ୱ ଯୁବ ଦକ୍ଷତା ଦିବସ ଭାବେ ପାଳନ କରାଯାଉଛି।

Share