ବିଶ୍ୱର ସବୁଠୁ ବଡ଼ ଟ୍ରେନ୍‌ ଦୁର୍ଘଟଣା, ଜାଣନ୍ତୁ କେତେ ଲୋକଙ୍କର ହୋଇଥିଲା ମୃତ୍ୟୁ

କଲମ୍ବୋ,୩ା୬: ଶୁକ୍ରବାର ଓଡ଼ିଶାର ବାଲେଶ୍ୱର ଜିଲାର ବାହାନଗା ଷ୍ଟେଶନରେ ଟ୍ରେନ ଦୁର୍ଘଟଣା ଭାରତକୁ ଥରାଇ ଦେଇଛି। ଏହା ଭାରତର ଦ୍ୱିତୀୟ ବୃହତ୍ତମ ରେଳ ଦୁର୍ଘଟଣା ବୋଲି କୁହାଯାଉଛି। ଯେଉଁଥିରେ ଖବର ଲେଖିବା ପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ ୧୯୮୧ରେ ବିହାରରେ ଭାରତର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ଘଟିଥିଲା। ସେତେବେଳେ ଟ୍ରେନ୍‌ଟି ନଦୀରେ ଖସିପଡ଼ିଥିଲା ଏବଂ ଏହି ଦୁର୍ଘଟଣାରେ ପ୍ରାୟ ୮୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ଦୁନିଆର ସବୁଠୁ ବଡ଼ ରେଳ ଦୁର୍ଘଟଣା ସାମ୍ନାରେ ଏହି ସଂଖ୍ୟା ବହୁତ କମ୍‌ ଅଟେ। ଏହି ଦୁର୍ଘଟଣା ଶ୍ରୀଲଙ୍କାରେ ଘଟିଥିଲା ଏପରି ଭୟଙ୍କର ଦୁର୍ଘଟଣା ଯାହା ଲୋକମାନେ ପୂର୍ବରୁ କେବେ ଦେଖି ନ ଥିଲେ।

ଏହି ଟ୍ରେନ ଦୁର୍ଘଟଣା ଖ୍ରୀଷ୍ଟମାସର ଗୋଟିଏ ଦିନ ପରେ ଅର୍ଥାତ୍‌ ୨୬ ଡିସେମ୍ବର ୨୦୦୪ରେ ଶ୍ରୀଲଙ୍କାରେ ସୁନାମୀ ସମୟରେ ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ, ସମୁଦ୍ରଦେବୀ ନାମକ ଏହି ଟ୍ରେନ୍‌ କଲମ୍ବୋ ସହରରୁ ଗାଲେ ସହରକୁ ଯାଉଥିଲା। ଏହି ଟ୍ରେନ୍‌ କଲମ୍ବୋ ଫୋର୍ଟ ଷ୍ଟେଶନରୁ ସକାଳ ୬.୩୦ରେ ଛାଡ଼ିଥିଲା। ଯେଉଁଥିରେ ୧୫୦୦ ଦେୟ ଯାତ୍ରୀ (ଯାହାର ଟିକେଟ ଥିଲା) ଏବଂ ଅନେକ ଅନାଦେୟ ଯାତ୍ରୀ (ଯାହାର ଟିକେଟ ନ ଥିଲା କିମ୍ବା ଟ୍ରାଭେଲ ପାସ୍‌ ଧାରକ ଥିଲେ) ଛାଡ଼ିଥିଲେ। ଏହି ଟ୍ରେନ୍‌ ସମୁଦ୍ରଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଶ୍ରୀଲଙ୍କାର ଦକ୍ଷିଣ-ପଶ୍ଚିମ ଉପକୂଳ ନିକଟ ତେଲଓ୍ବାଟା ଦେଇ ଯାଇଥିଲା।

ରାତି ୯.୩୦ରେ ଟ୍ରେନ ତେଲଓ୍ବାଟା ନିକଟସ୍ଥ ପେରିଆଲିଆ ଗ୍ରାମରେ ପହଞ୍ଚିଥିଲା ଯେତେବେଳେ ଭୂକମ୍ପରେ ସୁନାମୀ ଆସିଥିଲା। ପ୍ରଥମ ଢେଉ ସମୁଦ୍ର କୂଳକୁ ଆସିଥିଲା। ଢେଉ ଏତେ ଶକ୍ତିଶାଳୀ ଥିଲା ଯେ, ଏହା ସମୁଦ୍ର କୂଳକୁ ଜଳମଗ୍ନ କରି ଟ୍ରେନକୁ ଆଚ୍ଛାଦନ କରିବା ସହିତ ପାଣିରେ ବୁଡ଼ି ରହିଥିଲା। ଭିତରକୁ ପାଣି ପଶିବା ପରେ ଲୋକମାନେ ଭୟଭୀତ ହୋଇ ଟ୍ରେନ୍‌ ଉପରକୁ ଚଢ଼ିଯାଇଥିଲେ। ଅନେକ ଲୋକ ଟ୍ରେନ୍‌ ପଛରେ ଠିଆ ହୋଇଥିଲେ।

କିନ୍ତୁ ଯେତେବେଳେ ଦ୍ୱିତୀୟ ଲହଡ଼ି ୧୦ ମିନିଟ୍‌ ପରେ ଆସିଲା, ଏହାର ରୂପ ଏତେ ଭୟଙ୍କର ଥିଲା ଯେ, ଏହା ସମଗ୍ର ଟ୍ରେନକୁ ଧ୍ବଂସ କରିଦେଇଥିଲା। ଟ୍ରେନ୍‌ ନିକଟସ୍ଥ ଘର ଓ ଗଛ ସହିତ ଧକ୍କା ହୋଇଥିଲା। ଫଳରେ ଏହି ଦୁର୍ଘଟଣାରେ ପ୍ରାୟ ୧୭୦୦ ଲୋକ ପ୍ରାଣ ହରାଇଥିଲେ। ସରକାରୀ ଆକଳନ ୧୭୦୦ ଥିଲା କିନ୍ତୁ ରିପୋର୍ଟ ଅନୁଯାୟୀ ଏହି ସଂଖ୍ୟା ୨୦୦୦ରୁ ଅଧିକ ଥିଲା। ୯୦୦ ମୃତଦେହ ଉଦ୍ଧାର କରାଯାଇଥିଲା। ଆଉ ସବୁ ମୃତଦେହ ସମୁଦ୍ରରେ ଭାସିଯାଇଥିଲ। ଏହି ଦୁର୍ଘଟଣାରେ କେବଳ ୧୫୦ ଜଣଙ୍କ ଜୀବନ ରକ୍ଷା ହୋଇପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୪: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ...

ନୂଳକୂପରୁ ବାହାରୁଛି ଦୂଷିତ ପାଣି, ଏହାକୁ ପିଇ ରୋଗାକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ

ମୋହନା,୧୧ା୪,(ମନ୍ମଥ ମିଶ୍ର): ନଳକୂଅରୁ ବାହାରୁଛି ନାଲି ପାଣି l ସେହି ଦୂଷିତ ପାଣି ପିଇ ନାନା ରୋଗର ଶିକାର ହେଉଛନ୍ତି ଗ୍ରାମବାସୀ l ଯେଉଁ ପାଣି...

୧୩୧ ବର୍ଷରେ ପହଞ୍ଚିଲା ବ୍ୟାଙ୍କ: ୧୬୦ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ଦେଇ କଲା ରେକର୍ଡ

ଦାରିଙ୍ଗବାଡ଼ି,୧୧ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ତା’ର ୧୩୧ବର୍ଷ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଶାଖା ପରିଚାଳକ...

ନବୀନଙ୍କୁ ରୋକଠୋକ ଜବାବ ଦେଲେ ବିଜେଡି ନେତା, ‘ଆମେ କେହି ଚାକିରି କରୁନୁ, ନାଲି ଆଖି ଦେଖାଇ ପାରିବେନି’

ଭୁବନେଶ୍ୱର,୧୧।୪: “ୱାକଫ ବିଲ୍ ଭୋଟ୍ ବିବାଦ ଏବଂ ପରବର୍ତ୍ତୀ ସମୟରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବୟାନକୁ ନେଇ ବିଜେଡିରେ ଦେଖାଦେଇଥିବା ଆଭ୍ୟନ୍ତରୀଣ ଅଶାନ୍ତି ବଢିଚାଲିଛି।...

ବାରମ୍ବାର ପାଟିରେ ଘା’ ହେଉଥିଲେ ରୁହନ୍ତୁ ସାବଧାନ! ହୋଇପାରେ ଏହି ସାଂଘାତିକ ରୋଗର ଲକ୍ଷଣ

ପାଟିରେ ଘା’ ହେବା ସାଧାରଣ କଥା, କିନ୍ତୁ କେତେକ ସମୟରେ ଏହି ଘା’ ଏକ ଗମ୍ଭୀର ରୋଗର ଲକ୍ଷଣ ମଧ୍ୟ ହୋଇପାରେ। ତେଣୁ ପାଟି ଘା’...

୨୮,୩୯୦ କୋଟି ଟଙ୍କାର ମାଲିକଙ୍କୁ ମୁହଁତୋଡ଼ ଜବାବ ଦେଲେ ରାହୁଲ

ବେଙ୍ଗାଲୁରୁ,୧୧।୪: ଲୋକେଶ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ପରାସ୍ତ କରିଛି। ଏହି ବିଜୟ...

ଓଡ଼ିଶା ପାଳୁଛି ଛେନାପୋଡ଼ ଦିବସ: ଜାଣନ୍ତୁ ପ୍ରସିଦ୍ଧ ଓଡ଼ିଆ ମିଠାର ଉତ୍ପତ୍ତି ଏବଂ ଗୁରୁତ୍ୱ

ଛେନାପୋଡ଼ର ସାଂସ୍କୃତିକ ଓ ଐତିହାସିକ ମହତ୍ତ୍ୱକୁ ଉଜାଗର କରେ। ଏହା ଓଡ଼ିଶାର ପରିଚୟ ସହିତ ଜଡ଼ିତ ଏକ ମିଠା ଯାହା ରାଜ୍ୟ ତଥା ରାଜ୍ୟ ବାହାରେ...

ଜାପାନ ଯିବେ ୩ ମେଧାବୀ ଛାତ୍ରୀଛାତ୍ର

ଢେଙ୍କିକୋଟ,୧୧ା୪(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ୍‌ରେ ଥିବା ଶିକ୍ଷାନୁଷ୍ଠାନ ଶ୍ରୀଗୁରୁକୁଳ ଇଂଲିଶ ମିଡିୟମ ସ୍କୁଲର ୩ ମେଧାବୀ ଛାତ୍ରୀଛାତ୍ର ଜାପାନ ଯିବେ। ସେମାନେ ହେଉଛନ୍ତି ୧୦ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image