ଓ୍ବାଶିଂଟନ୍, ୮।୨: ‘ଓ୍ବାଲର୍ଡସ୍ ବ୍ରାଇଟେଷ୍ଟ୍’ ଷ୍ଟୁଡେଣ୍ଟ ସୂଚୀର ଶୀର୍ଷରେ ରହିଛନ୍ତି ଭାରତୀୟ-ଆମେରରିକୀୟ ନତାଶା ପେରିଆନାୟାଗମ। ଆମେରିକାର ଜନ୍ସ ହୋପକିନ୍ସ ସେଣ୍ଟର ଫର୍ ଟ୍ୟାଲେଣ୍ଟେଡ୍ ୟୁଥ୍ (ସିଟିଓ୍ବାଇ) ପକ୍ଷରୁ ଏହି ନାମ ତାଲିକା ପ୍ରକାଶ ପାଇଥିବାବେଳେ ନତାଶା ଦ୍ୱିତୀୟଥର ଲାଗି ଏହି ଲିଷ୍ଟରେ ରହିଛନ୍ତି। ବିଶ୍ୱର ୭୬ ଦେଶର ୧୫୦୦୦ ଛାତ୍ରୀଛାତ୍ରଙ୍କୁ ନେଇ ଏହି ଟ୍ୟାଲେଣ୍ଟ ପରୀକ୍ଷା କରାଯାଇଥିଲା। ୧୩ ବର୍ଷୀୟା ନତାଶା ନ୍ୟୁଜର୍ସିର ଫ୍ଲୋରେନ୍ସ ଏମ୍. ଗାଡିନିଅର ମିଡିଲ ସ୍କୁଲରେ ପାଠ ପଢ଼ନ୍ତି। ୨୦୨୧ରେ ମଧ୍ୟ ଜନ୍ସ ହୋପକିନ୍ସର ସିଟିଓ୍ବାଇ ପରୀକ୍ଷା ଦେଇଥିଲେ। ଖାଲି ସମୟରେ ନତାଶା ଜେଆର୍ଆର୍ ଟାଲକିଏନ୍ଙ୍କ ପ୍ରବନ୍ଧ ପଢ଼ିବାକୁ ପସନ୍ଦ କରନ୍ତି। ସିଟିଓ୍ବାଇ ଟେଷ୍ଟ ଏକ ଏବଭ୍ ଗ୍ରେଡ୍ ଲେବଲ ପରୀକ୍ଷା, ବିଶ୍ୱର ଯେକୌଣସି ଦେଶର ଆଡ୍ଭାନ୍ସଡ୍ ଛାତ୍ରୀଛାତ୍ର ଏହି ଟେଷ୍ଟ ଦେଇପାରିବେ।