ଦୁନିଆରେ ଅନେକ ପ୍ରକାରର ଖାଦ୍ୟ ରହିଛି। ଏହି ଖାଦ୍ୟ ମଧ୍ୟରେ କେତେକ ସ୍ବାଦ ପାଇଁ ତ ଆଉ କେତେକ ସ୍ବତନ୍ତ୍ର ଉପାଦାନ ପାଇଁ ଜଣାଶୁଣା। ଭାରତର ଲୋକଙ୍କର ବିରିୟାନି ଖାଇବାକୁ ଅଧିକ ଭଲ ପାଉଥିବା ଦେଖିବାକୁ ମିଳିଥାଏ। ବାସୁମତୀ ଚାଉଳରେ ଚିକେନ୍, ମଟନ୍ କିମ୍ବା ପନିପରିବା ପକାଇ ରାଇତା ସହ ଏହାକୁ ଖିଆଯାଇଥାଏ। ହାଇଦ୍ରାବାଦୀ ବିରିୟାନି ବହୁତ ଲୋକପ୍ରିୟ। ଏଠାରେ ରାସ୍ତା କଡ଼ରେ ୫୦ ଟଙ୍କାରେ ଗୋଟିଏ ପ୍ଲେଟ୍ ବିରିୟାନି ମିଳିଥାଏ। କିନ୍ତୁ ମହଙ୍ଗା ରେଷ୍ଟୁରାଣ୍ଟରେ ୧ରୁ ୨ ହଜାର ଟଙ୍କା ମଧ୍ୟରେ ବିରିୟାନି ମିଳିଥାଏ। ତେବେ ଦୁନିଆର ସବୁଠାରୁ ମହଙ୍ଗା ବିରିୟାନିର ମୂଲ୍ୟ ହେଉଛି ୨୦ ହଜାର ଟଙ୍କା। ଏହି ବିରିୟାନିରେ ଚିକେନ, ମଟନ୍ ସାଙ୍ଗକୁ ସୁନା ପରସା ଯାଇଥାଏ।
ଦୁବାଇର ବମ୍ବେ ବ୍ରୋଟ୍ ନାମକ ରେଷ୍ଟୁରାଣ୍ଟ ରହିଛି। ଏଠାରେ ବିଶ୍ୱର ସବୁଠାରୁ ଦାମୀ ବିରିୟାନି ପରସା ଯାଇଥାଏ। ଏହାର ଗୋଟିଏ ପ୍ଲେଟ୍ ବିରିୟାନିର ମୂଲ୍ୟ ୨୦ ହଜାର ଟଙ୍କା। ତେବେ ଏହି ବିରିୟାନିର ଏତେ ଦାମ୍ର କାରଣ ହେଉଛି ଏହି ବିରିୟାନିରେ ସୁନା ମଧ୍ୟ ପରସା ଯାଇଥାଏ। ଏହି ବିରିୟାନି ୨୩ କ୍ୟାରେଟ ସୁନାରେ ସଜ୍ଜିତ କରାଯାଇଥାଏ। ଏହି ଗୋଲ୍ଡ ରୟାଲ ବିରିୟାନି ନିକଟରେ ଲଞ୍ଚ୍ ହୋଇଛି।
ଏହି ଗୋଟିଏ ପ୍ଲେଟ୍ ବିରିୟାନିକୁ ୫ଜଣ ଲୋକ ଖାଇପାରିବେ। ଏହାର ସ୍ବାଦ ମଧ୍ୟ ସ୍ବତନ୍ତ୍ର, ଯାହାକୁ ନେଇ ଚର୍ଚ୍ଚା ହେଉଛି। ଏଠାରେ ଖାଇବା ପାଇଁ ଲୋକଙ୍କ ଭିଡ ଜମୁଛି। ତେବେ ମୂଲ୍ୟକୁ ନେଇ ଏବେ ଏହି ବିରିୟାନି ଚର୍ଚ୍ଚାରେ ରହିଛି।