ସଫଳତାରସହ ଉଡିଲା ବିଶ୍ୱର ପ୍ରଥମ ବିଜୁଳି ଚାଳିତ ବିମାନ

ୱାଶିଂଟନ,୩୦ ।୯: ସମ୍ପୂର୍ଣ୍ଣ ଭାବେ ବିଜୁଳିରେ ଚାଲୁଥିବା ବିଶ୍ୱର ପ୍ରଥମ ବିମାନ ଏଲିସ ତା’ର ପ୍ରଥମ ଉଡାର ସଫଳତାର ସହ ପୂର୍ଣ୍ଣ କରିଛି । ଗ୍ରାଣ୍ଡ କାଉଂଟି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗୁରୁବାର ସକାଳ ୭ଟା ୧୦ରେ ବିମାନଟି ଉଡାଣ ଆରମ୍ଭ କରିଥିଲା । ଏହା ୩୫୦୦ ଫୁଟ ଉପରେ ୮ ମିନିଟ ପର୍ଯ୍ୟନ୍ତ ଉଡିଥିଲା ।
ସୂଚନାଯୋଗ୍ୟ, ଏହି ବିମାନକୁ ଆଭିଏଶନ ଏୟାରକ୍ରାପ୍ଟ ତିଆରି କରିଛି । ଏହି ସ୍ୱତନ୍ତ୍ର ବିମାନଟି ସେହି ବିମାନବନ୍ଦରରୁ ଚଳାଯାଇପାରିବ ଯାହା ଶବ୍ଦ ଏବଂ ସୀମିତ କାର୍ଯ୍ୟ ସମୟ ଯୋଗୁ ବାଣିଜ୍ୟିକ ବିମାନ ପାଇଁ ବ୍ୟବହୃତ ହେଉନାହିଁ ।

Share