ପକ୍ଷୀଙ୍କ ପରେ ଏବେ ମଣିଷ ବି ବାର୍ଡ ଫ୍ଲୁର ଶିକାର, ଏହି ଦେଶରେ ଦେଖିବାକୁ ମିଳିଲା ପ୍ରଥମଥର

ଓ୍ବାଶିଂଟନ,୨୧।୨: ବର୍ତ୍ତମାନ ସୁଦ୍ଧା ଆପଣ ଶୁଣି ଆସିଥିବେ ବାର୍ଡ ଫ୍ଲୁ କେବଳ ପଶୁପକ୍ଷୀଙ୍କୁ ହୋଇଥାଏ। ମାତ୍ର ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ଭାଇରସ ମଣିଷଠାରେ ଦେଖିବାକୁ ମିଳିଛି। ଯାହା ସତ। ରୁଷିଆର ଜଣେ ବ୍ୟକ୍ତିଙ୍କଠାରେ ଏହି ଭାଇରସ ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଚିନ୍ତାରେ ପଡ଼ିଛନ୍ତି। ଏହାର ଯାଞ୍ଚ କରିବା ପାଇଁ ରୁଷିଆ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନକୁ ସୂଚନା ଦେଇଛି।

ରୁଷିଆର ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ୭ କର୍ମଚାରୀଙ୍କଠାରୁ ଅନ୍ୟ ଲୋକଙ୍କଠାରେ ଏହି ଭାଇରସ ଆକ୍ରାନ୍ତ ହୋଇଥିବା କୌଣସି ସଙ୍କେତ ମିଳିନାହିଁ। ତେବେ ସମସ୍ତ ସଂକ୍ରମିତଙ୍କୁ ଆଇସୋଲେଶନରେ ରଖାଯାଇଛି। ଏମାନଙ୍କ ସହ ଆସିଥିବା ସମସ୍ତ ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ୨୦୦୩ରେ ବାର୍ଡ ଫ୍ଲୁ ଭାଇରସ ଚାଇନା, ୟୁରୋପ, ଆଫ୍ରିକା ସମେତ ଏସିଆର କେତେକ ଦେଶରେ ଦେଖିବାକୁ ମିଳିଥିଲା। ୨୦୧୩ରେ ଚାଇନାର ଜଣେ ବ୍ୟକ୍ତି ବାର୍ଡ ଫ୍ଲୁରେ ଶିକାର ହୋଇଥିଲେ। କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି,ବାର୍ଡ ଫ୍ଲୁ ଏକ ସାଧାରଣ ରୋଗ। ଏହା ମଣିଷକୁ ସଂକ୍ରମିତ କିମ୍ବା ପ୍ରଭାବିତ କରିପାରିବ ନାହିଁ।

Share