ଏହି ଦିନ ଲଞ୍ଚ୍‌ ହେବ ଦୁନିଆର ପ୍ରଥମ ସିଏନ୍‌ଜି ବାଇକ୍‌: ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ତ୍ୱ

ନୂଆଦିଲ୍ଲୀ,୩।୭: ଦେଶର ପ୍ରସିଦ୍ଧ ବାଇକ ନିର୍ମାତା ବଜାଜ ଅଟୋ ଖୁବ ଶୀଘ୍ର ଦେଶରେ ପ୍ରଥମ ସିଏନ୍‌ଜି ବାଇକ ଲଞ୍ଚ କରିବାକୁ ଯାଉଛି। ଏହି ବାଇକ ୧୨୫ ସିସି ଇଞ୍ଜିନ ସହିତ ଲଞ୍ଚ ହେବ। ଏହା ଦୁନିଆର ପ୍ରଥମ ସିଏନ୍‌ଜି ବାଇକ ହେବାକୁ ଯାଉଛି। ବଜାଜ ଏହି ବାଇକକୁ ୫ ଜୁଲାଇ ୨୦୨୪ରେ ବଜାରରେ ଲଞ୍ଚ କରିବ।
ଏହା ବ୍ୟତୀତ ଏହି ବାଇକ୍‌ରେ ଅନେକ ଜବରଦସ୍ତ ଫିଚର୍ସ ଦିଆଯାଇଛି। ଟିଜରରେ ଦର୍ଶାଯାଇଛି ଯେ, ବାଇକର ହ୍ୟାଣ୍ଡେଲବାରରେ ଏକ ସୁଇଚ ଅଛି ଯାହା ପେଟ୍ରୋଲ ଏବଂ ସିଏନ୍‌ଜି ମୋଡ ପାଇଁ ବ୍ୟବହୃତ ହୁଏ।
ସିଏନ୍‌ଜି ବାଇକ୍‌ର ବିଶେଷତ୍ତ୍ୱ କ’ଣ?
ବଜାଜର ନୂତନ ସିଏନଜି ବାଇକକୁ ୧୨୫ ସିସି ଇଞ୍ଜିନ ଯୋଗାଇ ଦିଆଯିବ। ଆହୁରି ମଧ୍ୟ, ଏହି ବାଇକ ଏକ ଆଡଭେନ୍‌ଚର୍‌ ଲୁକ ସହିତ ଲଞ୍ଚ ହେବ, ଯାହା ମୁଖ୍ୟତଃ ଯୁବକମାନଙ୍କୁ ପସନ୍ଦ ଆସିବ। ଏହି ବାଇକ୍‌ରେ ଏକ ୫ ଲିଟର ଇନ୍ଧନ ଟ୍ୟାଙ୍କ ମଧ୍ୟ ଯୋଗାଇ ଦିଆଯିବ। ସିଏନ୍‌ଜି ଟାଙ୍କି ସିଟ ତଳେ ଫିଟ ହେବ। ଏହି ବାଇକ ୧୨୫ ସିସି ବାଇକକୁ କଡା ପ୍ରତିଯୋଗିତା ଦେବାରେ ସକ୍ଷମ ହେବ।
ବଜାଜ ଅଟୋ ଏହି ବାଇକ୍‌ର ମୂଲ୍ୟ ବିଷୟରେ କୌଣସି ସୂଚନା ଏପର୍ଯ୍ୟନ୍ତ ଶେୟାର କରିନାହିଁ। କିନ୍ତୁ ଅନୁମାନ କରାଯାଉଛି ଯେ, କମ୍ପାନୀ ଏହି ବାଇକକୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଜାରରେ ଲଞ୍ଚ କରାଯିବ। ବଜାରରେ ଲଞ୍ଚ ହେବା ପରେ ଏହି ବାଇକ ଟିଭିଏସ ସ୍ପୋର୍ଟସ ଏବଂ ହୋଣ୍ଡା ସାଇନ ଭଳି ବାଇକ ପାଇଁ କଡ଼ା ଟକ୍କର ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଏମ୍‌ଡିସି ପରିଦର୍ଶନକଲେ କେନ୍ଦ୍ର ଇସ୍ପାତ ସଚିବ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ(ଏନ୍‌ଏମ୍‌ଡିସି) ଲିମିଟେଡ୍‌ର ହାଇଦ୍ରାବାଦର ପାଟନଚେରୁସ୍ଥିତ ନ୍ୟୁ ଷ୍ଟେଟ୍‌ ଅଫ୍‌ ଆର୍ଟ...

୨୦୩୧-୩୨ସୁଦ୍ଧା ୩୮୪ଜିଡ଼ବ୍ଲ୍ୟୁ ଶକ୍ତି ଚାହିଦା ଆକଳନ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ଓଡ଼ିଶା ଶଖା ପକ୍ଷରୁ ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳରେ ବିକଳ୍ପ ଶକ୍ତି ଉସତ୍ର ସୁଚିନ୍ତିତ ତଥା...

ବଜାରରେ ବଜାଜ୍‌ର ଫ୍ରିଡମ୍‌୧୨୫

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ ବା ସିଏନ୍‌ଜି ବାଇକ୍‌ ‘ଫ୍ରିଡମ...

ଇସ୍‌ରାଏର ଚାର୍ଟରିଂ ସେରିମନି

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ହିଟିଂ, ରେଫ୍ରିଜରେଟିଂ ଆଣ୍ଡ ଏୟାର କଣ୍ଡିସ୍‌ନିଂ ଇଞ୍ଜିନିୟର୍ସ (ଆଇଏସ୍‌ଏଚ୍‌ଏଆର୍‌ଏଇ ବା ଇସ୍‌ରାଏ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ...

ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ମନ୍‌ସୁନ୍‌ ସେଲ୍‌

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପୂର୍ବ ଭାରତର ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଅଫର ‘ମନ୍‌ସୁନ୍‌...

ବ୍ୟବସାୟ ସମ୍ପ୍ରସାରଣକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରି ପକ୍ଷରୁ ଭୁବନେଶ୍ୱରଠାରେ ଏକ ଦିନିକିଆ ଗ୍ରାହକ ସମ୍ମିଳନୀ (ରିଟେଲ ପାର୍ଟନରମାନଙ୍କ ପାଇଁ ଏକ ବ୍ୟବସାୟିକ...

ମାଲାବାରରେ ମାଇନ ଡାଇମଣ୍ଡ ଶୋ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡର ବହୁ ପ୍ରତୀକ୍ଷିତ ‘ଡାଇମଣ୍ଡ ’ ଶୋ ସର୍ବଭାରତୀୟ ସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର...

ବୈଦେଶିକ ମୁଦ୍ରାଭଣ୍ଡାରରେ ୧.୭୧ ବିଲିୟନ ଡଲାର ହ୍ରାସ

ଭୁବନେଶ୍ୱର,୬।୭(ଅନୁରାଧା ମହାରଣା): ଦେଶରେ ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ ଘଟିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ତଥ୍ୟ ପ୍ରକାଶକରି କହିଛି, ଚଳିତବର୍ଷ ଜୁନ୍‌ ଶେଷ ସପ୍ତାହରେ ୧.୭୧୩ ବିଲିୟନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri