ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ପ୍ରଥମ ସ୍ବାସ୍ଥ୍ୟ ସମସ୍ୟା, ଆଗକୁ ନୂଆ ବିପଦ…

ଓଟଓ୍ବା,୯।୧୧: ଜଳବାୟୁ ପରିବର୍ତ୍ତନ ଯେ କେତେଦୂର ଭୟାବହ ତାହାର ପ୍ରମାଣ ଏବେ ଦେଖାଯିବା ଆରମ୍ଭ ହେଲାଣି। କାନାଡାର ଜଣେ ୭୦ ବର୍ଷ ବୟସ୍କା ଜଣେ ମହିଳା ଜଳବାୟୁ ପରିବର୍ତ୍ତନ ଯୋଗୁ ସ୍ବାସ୍ଥ୍ୟଗତ ସମସ୍ୟାରେ ପଡ଼ିଛନ୍ତି। ଏହା ପୃଥିବୀର ପ୍ରଥମ ଜଳବାୟୁ ପ୍ରଭାବିତ ମାମଲା ବୋଲି କୁହାଯାଉଛି।

ଆଗକୁ ସଚେତନ ନ ହେଲେ ନୂଆ ନୂଆ ବିପଦ ମାଡ଼ି ଆସିବା ସହିତ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଥିବା ପରିବେଶବିତ୍‌ମାନେ ମତପୋଷଣ କରିଛନ୍ତି। ମହିଳାଙ୍କୁ କାନାଡ଼ାର କୁଟନାୟ ଲେକ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତର କାଇଲ୍‌ ମେରିଟ୍‌ ମହିଳାଙ୍କର ଚିକିତ୍ସା କରୁଛନ୍ତି। ସ୍ଥାନୀୟ ଖବରକାଗଜ ଟାଇମ୍ସ୍‌ କଲମନିଷ୍ଟ୍‌ରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି। ଅତ୍ୟଧିକ ଗରମ ଏବଂ ଲୁ ଯୋଗୁ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଥିବା ଡାକ୍ତର ମେରିଟ୍‌ କହିଛନ୍ତି।

Share