ବିଶ୍ୱରେ ଅନେକ ଡ୍ୟାମ ନିର୍ମାଣ କରାଯାଇଛି। ସେଥିମଧ୍ୟରୁ କିଛି ବଡ଼ ତ ଆଉ କିଛି ବହୁତ ଲମ୍ବା ଡ୍ୟାମ୍ ରହିଛି। କିନ୍ତୁ ଦୁନିଆର ସବୁଠୁ ବଡ ବନ୍ଧ ବିଷୟରେ ଜାଣିଛନ୍ତି କି? ବିଶ୍ୱର ବୃହତ୍ତମ ଡ୍ୟାମ ଚାଇନାରେ ଅଛି, ଯାହାର ନାମ ‘ଥ୍ରୀ ଗୋର୍ଜେସ ଡ୍ୟାମ’। ଇଣ୍ଟରନ୍ୟାଶନାଲ୍ ଓ୍ବାଟର୍ ପାଓ୍ବାର ଏବଂ ଡ୍ୟାମ କନଷ୍ଟ୍ରକସନ୍ ପତ୍ରିକା ଅନୁଯାୟୀ, ୨.୩ କିଲୋମିଟର ଲମ୍ବ, ୧୧୫ ମିଟର ଚଉଡା ଏବଂ ୧୮୫ ମିଟର ଉଚ୍ଚତା ବିଶିଷ୍ଟ ଏହି ଡ୍ୟାମ ହେଉଛି ବିଶ୍ୱର ବୃହତ୍ତମ ଜଳ ବିଦ୍ୟୁତ ବନ୍ଧ। ଚାଇନାର ହୁବେଇ ପ୍ରଦେଶର ୟାଙ୍ଗଜୀ ନଦୀ ଉପରେ ଏହି ବନ୍ଧ ନିର୍ମାଣ କରାଯାଇଛି। ୟାଙ୍ଗ୍ଜୀ ନଦୀ ପୃଥିବୀର ତୃତୀୟ ଦୀର୍ଘତମ ନଦୀ ଭାବରେ ପରିଗଣିତ ଏବଂ ଏହାର ଲମ୍ବ ୬ ହଜାର କିଲୋମିଟରରୁ ଅଧିକ। ଏହି ବିଶାଳ ବନ୍ଧ ର୍ନିମାଣ ପାଇଁ ୨.୪ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ଏହାକୁ ତିଆରି କରିବା ପାଇଁ ୧୮ ବର୍ଷ ସମୟ ଲାଗିଥିଲା। ଏହାର ନିର୍ମାଣ ୧୯୯୪ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହା ୨୦୧୨ରେ ଶେଷ ହୋଇଥିଲା।
କୁହାଯାଏ ଯେ ‘ଥ୍ରୀ ଗୋର୍ଜେସ ଡ୍ୟାମ’ ତିଆରିରେ ୪ ଲକ୍ଷ ୬୩ ହଜାର ଟନ ଷ୍ଟିଲ ବ୍ୟବହାର କରାଯାଇଛି। ଚାଇନାର ଏହି ଡ୍ୟାମ ଆମେରିକାର ହ୍ୟୁଭର ଡ୍ୟାମ ଅପେକ୍ଷା ୧୧ ଗୁଣ ଅଧିକ ବିଦ୍ୟୁତ ଉତ୍ପାଦନ କରିପାରିବ। ଏକ ଆକଳନ ଅନୁଯାୟୀ, ଏହାର ୨୨,୪୦୦ ମେଗାୱାଟ ଶକ୍ତି ଉତ୍ପାଦନ କରିବାର କ୍ଷମତା ଅଛି।