Categories: ଖେଳ

ବିଶ୍ୱର ସର୍ବବୃହତ୍‌ ଜର୍ସି ଉନ୍ମୋଚିତ

ଅହମଦାବାଦ,୨୯।୫: ନରେନ୍ଦ୍ର ମାଦି ଷ୍ଟାଡିୟମରେ ରବିବାର ଆୟୋଜିତ ଆଇପିଏଲ ୨୦୨୨ ସଂସ୍କରଣର ଉଦ୍‌ଯାପନୀ ଉତ୍ସବରେ ସର୍ବବୃହତ୍‌ କ୍ରିକେଟ ଜର୍ସି ଉନ୍ମୋଚିତ ହୋଇଛି। ଏହାକୁ ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଉନ୍ମୋଚନ କରିଥିଲେ। ଦର୍ଶକରେ ପରିପୂର୍ଣ୍ଣ ଷ୍ଟାଡିୟମରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବଲିଉଡ୍‌ ଷ୍ଟାର ରଣବୀର ସିଂ, ଓସ୍କାର ବିଜେତା ଗୀତିକାର ଏଆର୍‌ ରେହମାନ ମନୋରଞ୍ଜନ କରିଥିଲେ।

”ଆସନ୍ତୁ, ମୁଁ ଆପଣଙ୍କୁ କିଛି ଚମତ୍କାର ଦୃଶ୍ୟ ଦେଖାଇବି। ମୁଁ ନିଶ୍ଚିତ ଯେ ମୋ ପଛପଟେ ଥିବା ବିରାଟ ଜର୍ସିକୁ ତୁମେ ଦେଖିଛ। ତୁମେମାନେ ଆଇପିଏଲ ଇତିହାସର ଏକ ସ୍ବର୍ଣ୍ଣିମ ମୁହୂର୍ତ୍ତର ପ୍ରତ୍ୟକ୍ଷଦର୍ଶୀ। ଆଇପିଏଲ ଏହାର ୧୫ତମ ବର୍ଷରେ ବିଶ୍ୱର ସର୍ବବୃହତ୍‌ ଜର୍ସି ନିର୍ମାଣ କରି ଏକ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ହାସଲ କରିଛି। ଏହି ବିରାଟ ଜର୍ସିର ଲମ୍ବ ୬୬ ମିଟର ହୋଇଥିବା ବେଳେ ଚଉଡ଼ା ୪୨ ମିଟର“ ବୋଲି ଶାସ୍ତ୍ରୀ କହିଥିଲେ।

Share