ନ୍ୟୁଜିଲାଣ୍ଡରେ ବିଶ୍ୱର ବଡ଼ ଆଳୁ

ଓ୍ବେଲିଂଟନ୍‌, ୭ା୧୧: ନ୍ୟୁଜିଲାଣ୍ଡର ହାମିଲଟନ୍‌ରେ ରହୁଥିବା ଏକ ଦମ୍ପତି ବଗିଚାରୁ ଏକ ବଡ଼ ଆକାରର ଆଳୁ ଖୋଳି ବାହାର କରିଛନ୍ତି। ଏହାର ଓଜନ ୭.୮ କିଲୋଗ୍ରାମ୍‌ ରହିଛି। ସମ୍ପୃକ୍ତ ଦମ୍ପତି କୋଲିନ୍‌ ଏବଂ ଡୋନା କ୍ରେଗ୍‌-ବ୍ରାଉନ୍‌ ଆଳୁର ନାମ ଡଗ୍‌ ରଖିଛନ୍ତି। ଏବେ ସୁଦ୍ଧା ଗିନିଜ୍‌ ବୁକ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନିତ ହୋଇଥିବା ଆଳୁର ସର୍ବାଧିକ ଓଜନ ପ୍ରାୟ ୫ କେ.ଜି. ରହିଛି। ତେଣୁ ‘ଡଗ୍‌’କୁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସାମିଲ କରାଯିବାକୁ ସେମାନେ ଆବଦେନ କରିଛନ୍ତି। ଗତ ଅଗଷ୍ଟ ୩୦ରେ ଉଭୟେ ବଗିଚାରେ ମାଟି ଖୋଳି କିଛି ମଞ୍ଜି ପକାଉଥିବାବେଳେ କିଛି ବଡ଼ ଧରଣର ଜିନିଷ ତଳେ ଥିବା ଜାଣିବାକୁ ପାଇଥିଲେ। ଅଧିକ ଖୋଳିବା ପରେ କୁକୁର ପରି ଦେଖାଯାଉଥିବା ଏହି ଆଳୁ ମିିଳିଥିଲା। ଏତେ ବଡଧରଣର ଆଳୁ ଦେଖିବା ପରେ ଉଭୟେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସେମାନେ ସେଥିରେ ଟୋପି ପିନ୍ଧାଇ ତାହାକୁ କୁକୁର ପରି ସଜାଇଥିଲେ। ୨୦୧୧ରେ ବ୍ରିଟେନରୁ ମିଳିଥିବା ଆଳୁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଥିଲା। ଏହାର ଓଜନ ୫ କେଜି ତଳେ ରହିଥିଲା। ଏବେ ସୁଦ୍ଧା ବ୍ରିଟେନରୁ ମିଳିଥିବା ଆଳୁ ହିଁ ଏହି ରେକର୍ଡରେ ରହିଛି ବୋଲି ଗିନିଜ୍‌ ବୁକ୍‌ ଅଫିସିଆଲ ପକ୍ଷରୁ କୁହାଯାଇଛି। ଏ ନେଇ କୋଲିନ୍‌ କୁହନ୍ତି, ଏଭଳି ଆଳୁ ଫଳିବା ପାଇଁ ସେ କୌଣସି ସ୍ବତନ୍ତ୍ର କୌଶଳ ଆପଣାଇନାହାନ୍ତି। ଏପରିକି ସେ ବଗିଚାରେ ଆଳୁ ଚାଷ ମଧ୍ୟ କରିନାହାନ୍ତି। ସେଠାରେ ଲାଗିଥିବା ଅନ୍ୟ ଚାରାଗୁଡ଼ିକୁ ବଢ଼ାଇବା ପାଇଁ କେବଳ କିଛି ଜୈବିକ ଖତ ଆଦି ବଗିଚାରେ ପକାଇଦେଇଥାନ୍ତି। ତେଣୁ ଏଭଳି ଧରଣର ଆଳୁ ଆପେଆପେ ହିଁ ସେଠାରେ ଫଳିଛି ବୋଲି କୋଲିନ୍‌ କହିଛନ୍ତି। ଏତେ ବଡ଼ ଆକାରରେ ଫଳିବା ପାଇଁ ଏହାକୁ ବର୍ଷେ କିମ୍ବା ଅଧିକ ସମୟ ଲାଗିଥାଇପାରେ। ଏଭଳି ଅଦ୍ଭୁତ ପ୍ରକାରର ଆଳୁର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅନେକ ଏହି ଆଳୁ ଦେଖି ଆଶ୍ଚର୍ଯ୍ୟ ହୋଇଥିବାବେଳେ କେତେଜଣ ସବୁଠାରୁ ଅସୁନ୍ଦର ଆଳୁ ବୋଲି କହିଛନ୍ତି। ଏଥିରେ ପଟୋଟୋ ଭୋଡ୍‌କା ପ୍ରସ୍ତୁତ କରିବାକୁ ଚାହଁାନ୍ତି ବୋଲି କୋଲିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନାମାରେ ପହଞ୍ଚିଲେ ଆମେରିକାରୁ ବିତାଡ଼ିତ ଭାରତୀୟ: ସହାୟତା ପାଇଁ ନିବେଦନ

ପାନାମା ସିଟି,୨୦।୨: ଆମେରିକାରୁ ବିତାଡ଼ିତ ହୋଇଥିବା ବେଆଇନ ପ୍ରବାସୀ ଭାରତୀୟମାନଙ୍କର ଆଉ ଏକ ଗ୍ରୁପ୍‌ ପାନାମାରେ ନିରାପଦର ସହ ପହଞ୍ଚି ଥିବା ସେଠାକାର ସରକାର ନୂଆଦିଲ୍ଲୀକୁ...

୪ ଇସ୍ରାଏଲୀ ପଣବନ୍ଦୀଙ୍କ ମୃତଦେହ ହସ୍ତାନ୍ତର କଲା ହମାସ୍‌

ତେଲ୍‌ ଆଭିଭ୍‌,୨୦।୨: ଗାଜାର ଶାସକ ହମାସ୍‌ ଗୁରୁବାର ୪ଜଣ ଇସ୍ରାଏଲୀ ପଣବନ୍ଦୀଙ୍କ ମୃତଦେହ ହନ୍ତାନ୍ତର କରିଛି। ୨୦୨୩ ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ୍‌ ଉପରେ...

୪ ଇସ୍ରାଏଲୀ ପଣବନ୍ଦୀଙ୍କ ମୃତଦେହ ହସ୍ତାନ୍ତର କଲା ହମାସ୍‌

ତେଲ୍‌ ଆଭିଭ୍‌,୨୦।୨: ଗାଜାର ଶାସକ ହମାସ୍‌ ଗୁରୁବାର ୪ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କ ମୃତଦେହ ହନ୍ତାନ୍ତର କରିଛି। ୨୦୨୩ ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ୍‌...

ଇନ୍‌ଷ୍ଟାଗ୍ରାମରେ ସମସ୍ତଙ୍କୁ ଅନ୍‌ଫୋଲୋ କଲେ ଅପୂର୍ବା, ଜାଣନ୍ତୁ କାହିଁକି…

ମୁମ୍ବାଇ,୨୦।୨: ୟୁଟ୍ୟୁବ୍‌ ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ରେ ବିଭିନ୍ନ ଅଶ୍ଳୀଳ ମନ୍ତବ୍ୟ ଦେଇ ପୋଲିସ ସ୍କାନରରେ ଥିବା ସୋସିଆଲ ମିଡ଼ିଆ ଇନ୍‌ଫ୍ଲୁଏନ୍ସର ଅପୂର୍ବା ମୁଖିଜା ଗୁରୁବାର...

Stunt Video: ବାରମ୍ବାର ମନା କରିବା ସତ୍ତ୍ୱେ ଛାତ ଉପରୁ ତଳକୁ ଡେଇଁଲେ ଯୁବକ, ତା’ପରେ ଯାହା ଘଟିଲା…. ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜେଜେ ମା’ ଓ ତାଙ୍କ ନାତିଙ୍କ ମଧ୍ୟରେ ଏକ ମଜାଳିଆ ଘଟଣା ଦେଖିବାକୁ ମିଳୁଛି।...

ରାଷ୍ଟ୍ରପତି ହେବା ପରେ ଭାରତକୁ ଏହି ୫ ଝଟକା ଦେଇଛନ୍ତି ଟ୍ରମ୍ପ, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ/ଓ୍‌ବାଶିଂଟନ୍‌,୨୦।୨: ଗତ ବର୍ଷ ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର କରୁଥିଲେ, ସେତେବେଳେ ଭାରତର ଲୋକମାନେ ଆଶା କରିଥିଲେ ଯେ ଜଣେ...

ବିଶ୍ୱର ଏହି ୨୦ ଦେଶ ପାଖରେ ସବୁଠାରୁ ଅଧିକ ସୁନା ଗଚ୍ଛିତ, ଆମେରିକାଠୁ ଭାରତ ପର୍ଯ୍ୟନ୍ତ ର଼୍ୟାଙ୍କିଙ୍ଗ୍‌ ଦେଖନ୍ତୁ…

ନୂଆଦିଲ୍ଲୀ,୨୦।୨: ଯେକୌଣସି ଦେଶର ଆର୍ଥିକ ସ୍ଥିରତା ଏବଂ ବିଶ୍ୱ ଆର୍ଥିକ ଅନିଶ୍ଚିତତାର ମୁକାବିଲା ପାଇଁ ସୁନା ଭଣ୍ଡାରକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ ବିବେଚନା କରାଯାଏ।...

ବିବାହ ପରେ ମହିଳାମାନେ ଗୁଗ୍‌ଲରେ ସବୁଠୁ ଅଧିକ ସର୍ଚ୍ଚ କରନ୍ତି ଏହି ଜିନିଷ, ଉତ୍ତର ଜାଣିଲେ…

ସାଧାରଣତଃ ଲୋକମାନେ ସର୍ଚ୍ଚ ଇଞ୍ଜିନ ଗୁଗ୍‌ଲରେ ଅନେକ ପ୍ରକାରର ଜିନିଷ ଖୋଜନ୍ତି। କିନ୍ତୁ ଏକ ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡିଛି ଯେ, ଜଣେ ବିବାହିତ ମହିଳା ପ୍ରକୃତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image