ବିଶ୍ୱର ସବୁଠୁ ବଡ଼ ହ୍ବିସ୍କି ବୋତଲ ନିଲାମ ହୋଇଛି। ଏହି ବୋତଲଟି ୫ ଫୁଟ ଏବଂ ୧୧ ଇଞ୍ଚ ଲମ୍ବ ଏବଂ ଏଥିରେ ୩୧୧ ଲିଟର ହ୍ବିସ୍କି ଭର୍ତ୍ତି ହୋଇଛି। ଏହି ବୋତଲକୁ ଅନଲାଇନ ନିଲାମ କରାଯାଇଥିଲା। ପ୍ରାୟ ୧.୪ ମିଲିୟନ ଡଲାର୍ (୧୦,୮୫,୮୮,୯୦୦)ରେ ହ୍ବିସ୍କି ବୋତଲଟି ବିକ୍ରି ହୋଇଛି।
ନିଲାମ ଆୟୋଜିତ କରିଥିବା କମ୍ପାନୀ ଲିଓନ ଏବଂ ଟର୍ନବୁଲ ଅନୁଯାୟୀ,ଏହି ହ୍ବିସ୍କିର ନାମ ‘ଦି ଇଣ୍ଟ୍ରେପିଡ’। ଏହା ପ୍ରାୟ ୩୨ ବର୍ଷ ପୁରୁଣା ସିଙ୍ଗ୍ଲ-ମାଲ୍ଟ। ୧୯୮୯ରେ ସ୍ପାଇସାଇଡର ପ୍ରତିଷ୍ଠିତ ଦ ମାକାଲାନରେ ଏହାକୁ ଡିଷ୍ଟିଲ କରାଯାଇଥିଲା। ସେପ୍ଟେମ୍ବର ୨୦୨୧ରେ ଏହି ହ୍ବିସ୍କି ବୋତଲ୍ଟି ଗିନିଜ ୱାଲର୍ଡ ରେକର୍ଡରେ ପ୍ରବେଶ କରିଥିଲା। ଏହି ବୋତଲରେ ପ୍ରାୟ ୪୪୪ ହ୍ବିସ୍କି ବୋତଲର ମଦ ରହିଥିବା ଦାବି କରାଯାଉଛି। ଏହି ହ୍ବିସ୍କି ବୋତଲ ପ୍ରାୟ ୧.୪ ମିଲିୟନ ଡଲାର୍ (୧୦,୮୫,୮୮,୯୦୦)ରେ ବିକ୍ରି ହୋଇଛି। ଜଣେ ଅଜ୍ଞାତ ସଂଗ୍ରହକାରୀ ଏହାକୁ କିଣିଛନ୍ତି।
#TheIntrepid – officially the world's largest bottle of Scotch #whisky – reaches £1.1 million in today's auction. An adventure from the start, The Intrepid project is dedicated to the spirit & experience of exploration. pic.twitter.com/9G6TJ8nLQg
— Lyon & Turnbull (@LyonandTurnbull) May 25, 2022