Categories: ଫୁରସତ

ବିଶ୍ୱର ସବୁଠୁ ଲମ୍ବା ଗୋଡ ଥିବା ଯୁବତୀ

ଆମେରିକାର ଟେକ୍ସାସରେ ରହୁଥିବା ୧୭ ବର୍ଷୀୟ ମ୍ୟାକି କ୍ୟୁରିନ ନିଜର ଲମ୍ବା ଗୋଡ ଯୋଗୁ ଗିନିଜ ୱାଲର୍‌ଡ ରେକର୍ଡ ହାସଲ କରିଛନ୍ତି। ୬ ଫୁଟ ୧୦ ଇଞ୍ଚ ଉଚ୍ଚତାର ମ୍ୟାକି ରୁଷିଆର ଏକାତେରିନା ଲିସିନାଙ୍କ ୫୨.୨ ଇଞ୍ଚ୍‌ ରେକର୍ଡ ଭାଙ୍ଗି ଏହି ରେକର୍ଡ ସୃଷ୍ଟି କରିଥିଲେ। ମ୍ୟାକି କ୍ୟୁରିନଙ୍କ ଡାହାଣ ଗୋଡର ଲମ୍ବ ୧୩୪.୩ ସେମି ଏବଂ ବାମ ଗୋଡର ଲମ୍ବ ୧୩୫.୩ ସେମି। ମ୍ୟାକି କହିଛନ୍ତି ଯେ, ଯେଉଁମାନଙ୍କର ଅସ୍ବାଭାବିକ ଶାରୀରିକ ଗୁଣ ରହିଛି ସେମାନେ ଲଜ୍ଜିତ ହେବା ଉଚିତ୍‌ ନୁହେଁ। ତୁମେ ନିଜକୁ ଲୁଚାଇବା ମଧ୍ୟ ଠିକ୍‌ ନୁହେଁ। ଯେଉଁ ମହିଳାମାନେ ଲମ୍ବା ଅଟନ୍ତି ଏହି ରେକର୍ଡ ସେମାନଙ୍କୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି। ମ୍ୟାକିଙ୍କ ମା କହିଛନ୍ତି ଯେ, ମ୍ୟାକି ପିଲାବେଳୁ ଅନ୍ୟ ପିଲାମାନଙ୍କ ଅପେକ୍ଷା ଲମ୍ବା ଥିଲେ। ସେ ମାତ୍ର ୧୮ ମାସ ହେବା ବେଳକୁ ୨ ଫୁଟ ୧୧ ଇଞ୍ଚ ଥିଲେ। ଲମ୍ବା ଗୋଡ ହେତୁ ମ୍ୟାକିଙ୍କର ମଧ୍ୟ ଅନେକ ସମସ୍ୟା ରହିଛି କିନ୍ତୁ ସେ ମଧ୍ୟ ସେଗୁଡ଼ିକର ଅନେକ ଲାଭ ଉଠାନ୍ତି ବୋଲି ସେ କହିଛନ୍ତି। ମ୍ୟାକିଙ୍କ ଉଚ୍ଚତା ତାଙ୍କ ମା ଏବଂ ଭାଇଙ୍କଠାରୁ ଅଧିକ। ସୋସିଆଲ ମିଡିଆରେ ସେ ମଧ୍ୟ ବହୁତ ଲୋକପ୍ରିୟ।

Share