Global Corruption Index: ଦୁନିଆର ସବୁଠାରୁ ଭ୍ରଷ୍ଟାଚାର ଦେଶ ତାଲିକାରେ ଭାରତ କେତେ ନମ୍ବର, ର଼୍ୟାଙ୍କିଙ୍ଗରେ ସୁଧାର ଆଣିଛନ୍ତି ଚାଇନା-ମାଳଦ୍ୱୀପ

ନୂଆଦିଲ୍ଲୀ,୩୧।୧: ଦୁନିଆରେ ଅନେକ ଦେଶ ଭ୍ରଷ୍ଟାଚାର ବିରୋଧରେ ଏବେବି ଯୁଦ୍ଧ ଜାରି ରଖିଛନ୍ତି। ହେଲେ ଏହାର ପରିଣାମ ବିଶେଷ ଫଳପ୍ରଦ ହେଉନାହିଁ। କାରଣ କରପ୍ସନ ପରସେପଶନ ଇଣ୍ଡେକ୍ସ ୨୦୨୪ CPI ଏନେଇ ଏତ ତାଲିକା ଜାରି କରିଛି ଯେଉଁଥିରେ ଏହାର ପ୍ରମାଣ ମିଳିଛି। ଏହି ତାଲିକାରେ ପ୍ରାୟ ୨ରୁ ୩ଭାଗ ଦେଶ ୫୦ରୁ କମ୍‌ ସ୍କୋର ହାସିଲ୍‌ କରିଛନ୍ତି। ସିପିଆଇ ୧୮୦ ଦେଶର ଲିଷ୍ଟ ଜାରି କରିଛି। ତେବେ ତାଲିକାରେ ଦୁନିଆର ସବୁଠାରୁ ଭ୍ରଷ୍ଟାଚାର ଦେଶ ଭାବେ ଡେନମାର୍କ ରହିଛି। ଗତ ୬ବର୍ଷ ଧରି ଡେନମାର୍କ ପ୍ରଥମ ସ୍ଥାନ ଅଧିକାର କରି ଆସୁଛି। ସେହିପରି ତାଲିକାରେ ସବା ପଛ ଅର୍ଥାତ୍‌ ସବୁଠାରୁ କମ୍‌ ଭ୍ରଷ୍ଟାଚାର ତାଲିକାରେ ସୋମାଲିଆ ରହିଛି।

ସିପିଆଇ ତାଲିକା ଜାରି କରିଥିବା ଏକ ଟ୍ରାନ୍ସପ୍ୟାରେନ୍ସି ଇଣ୍ଟରନ୍ୟାଶନାଲ ମୁତାବକ, ୨୦୧୮ରୁ ୧୨ଦେଶର ସିପିଆଇ ସ୍କୋର ଦିନକୁ ଦିନ କମିବାରେ ଲାଗିଛି। ଏଥିରେ ନିମ୍ନ ଓ ମଧ୍ୟ ଆୟ କରୁଥିବା ଦେଶ ଲାଇବେରିଆ, ମ୍ୟାନମାର, ଶ୍ରୀଲଙ୍କା ଓ ବେନଜୁଆଲ ଆଦିର ନାଁ ସାମିଲ୍‌ ରହିଛି। ସେହିପରି ୫ଟି ଦେଶର ସ୍କୋର ୩୦ରୁ କମ୍‌ ରହିଛି। ତେବେ ସବୁଠାରୁ ଖୁସିର କଥା ହେଉଛି ୮ଟି ଦେଶ ସେମାନଙ୍କ ସିପିଆଇ ସ୍କୋରରେ ସୁଧାର ଆଣିଛନ୍ତି। ସେମାନେ ହେଲେ, ଆର୍ୟଲ୍ୟାଣ୍ଡ, ଦକ୍ଷିଣ କୋରିଆ, ଆର୍ମେନିଆ, ଭିଏତନାମା, ମାଳଦ୍ୱୀପ ଇତ୍ୟାଦି।

କହିରଖୁଛୁ କି, ତାଲିକାରେ ଭାରତ ୩୯ସ୍କୋର କରି ୯୩ନମ୍ବର ସ୍ଥାନରେ ରହିଛି। ପଡୋଶୀ ଦେଶ ଚାଇନା ୪୨ତମ ସ୍ଥାନରେ ରହିଛି। ୨୦୨୨ରେ ଚାଇନାର ୩ଅଙ୍କ ତଳକୁ ହ୍ରାସ ପାଇଥିଲେ ବି ଏଥର ସୁଧାର ଆଣିଛି। ପାକିସ୍ତାନ ୨୯ତମ ସ୍ଥାନରେ ରହିଛି।

Share