କରୋନା ବା କୋଭିଡ-୧୯ ଭାଇରସକୁ ନେଇ ଚାଇନର ଏକ ଲ୍ୟାବ କନ୍ସିରେସି ଥିଓରିକୁ ନେଇ ଚର୍ଚ୍ଚାରେ ରହିଛି । ଉହାନ ସ୍ଥିତ ଏହି ଲ୍ୟାବକୁ ନେଇ କିଛି ଦେଶ ସନ୍ଦେହ ପ୍ରକାଶ କରିଛନ୍ତି କି ଏହି ଲ୍ୟାବରେ କରୋନା ଭାଇରସ ଉପରେ କାମ ହେଉଛି । ଯାହାକୁ ଖାମଖିଆଲି ଭାବେ ଅବା ଜାଣିଶୁଣି ଲିକ୍କରି ଦିଆଯାଇଛି । ହେଲେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିପାରି ନାହିଁ । କିନ୍ତୁ ବିଶ୍ୱରେ ଏମିତି ଏକ ଲ୍ୟାବ ବିଷୟରେ ଆଲୋଚନା କରାଯାଏ ଯାହା ଚାଇନାର ଉହାନ ଲ୍ୟାବଠାରୁ ବି ଭୟଙ୍କର । ୧୯୩୦-୧୯୪୫ ମଧ୍ୟରେ ରୟାଲ ଜାପାନିଜ ଫୋର୍ସର ସେନା ପିଙ୍ଗ୍ଫାଙ୍ଗରେ ଏକ ଲ୍ୟାବରୋଟୋରୀ ତିଆରି କରିଥିଲେ । ଏହି ଲ୍ୟାବର ନାମ ‘ୟୁନିଟ-୭୩୧’ ରଖାଯାଇଥିଲା । ଅବଶ୍ୟ ଚାଇନାର ଏହାସହ କୌଣସି ସମ୍ପର୍କ ନ ଥିଲା, ହେଲେ ଲ୍ୟାବରେ କରାଯାଉଥିବା ପରୀକ୍ଷା ଚାଇନାର ଲୋକଙ୍କ ଉପରେ କରାଯାଉଥିଲା । ଜାପାନ ସରକାରଙ୍କ ଆର୍କାଇଭ ଡିପାର୍ଟମେଣ୍ଟରେ ଥିବା ତଥ୍ୟରେ ‘ୟୁନିଟ-୭୩୧’ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି । ଏହାସହ କିଛି ତଥ୍ୟକୁ ନଷ୍ଟ କରି ଦିଆଯାଇଥିବା ମଧ୍ୟ କୁହାଯାଏ । କୁହାଯାଏ ‘ୟୁନିଟ-୭୩୧’ ଲାବରୋଟୋରୀରେ କିଛି ଭୟଙ୍କର ପରୀକ୍ଷଣ କରାଯାଇଛି ଯାହା ଜଣେ ସବଳ ବ୍ୟକ୍ତିଙ୍କୁ ବି ଡରାଇ ଦେଇପାରେ । ଜୀବିତ ଲୋକଙ୍କୁ କଷ୍ଟ ବା ଯାତନା ଦେବା ଲାଗି ଏହି ଲ୍ୟାବରେ ଫୋଷ୍ଟବାଇଟ୍ ଟେଷ୍ଟିଂ Frostbite testing କରାଯାଉଥିବା କୁହାଯାଏ । ୟୋଶିମୁରା ହିସାତୋ ନାମକ ଜଣେ ବୈଜ୍ଞାନିକ ଏଭଳି ପରୀକ୍ଷଣରୁ ବହୁ ମଜା ଉଠାଉଥିବା କୁହାଯାଏ । ଏହି ପରୀକ୍ଷଣ ମାଧ୍ୟମରେ ଜମା ହୋଇଥିବା ତାପମାତ୍ରା ଶରୀର ଉପରେ କି ପ୍ରଭାବ ପକାଉଛି ତାହାକୁ ହିତାସୋ ପରିଲକ୍ଷିତ କରୁଥିଲେ । ଏହାର ଯାଞ୍ଚ ପାଇଁ ଜଣେ ବ୍ୟକ୍ତିଙ୍କ ହାତଗୋଡ ବାନ୍ଧି ଥଣ୍ଡା ପାଣିରେ ବୁଡାଇ ଦିଆଯାଉଥିଲା । ଯେତେବେଳେ ଜଣେ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଶରୀର ଥଣ୍ଡା ପଡି ଯାଉଥିଲା ସେତେବେଳେ ପୁଣିଥରେ ତାଙ୍କୁ ଗରମ ପାଣିରେ ବୁଡାଇ ଦିଆଯାଉଥିବା କୁହାଯାଏ । ଏମିତି ଭାବେ କିଛି ପ୍ରକ୍ରିୟା ଏହି ଲ୍ୟାବରେ କରାଯାଉଥିଲା । ତେବେ ଏଠାରେ ଜୀବନ୍ତ ମଣିଷ ଦେହରେ ପ୍ରାଣଘାତୀ ଭାଇରସ ଛଡାଯାଉଥିଲା ବୋଲି କୁହାଯାଏ ।