କୌଣସି ରୋଗର ଚିକିତ୍ସା ଔଷଧ ଦ୍ୱାରା କରାଯାଏ। ଅନେକ ଥର ଔଷଧ ଏତେ ମହଙ୍ଗା ହୋଇଥାଏ ଯେ ସାଧାରଣ ବ୍ୟକ୍ତିଟିଏ କିଣିବା ସହଜ ହୋଇ ନ ଥାଏ। ଦୁର୍ଲଭ ରୋଗ ହେଲେ ଏହାର ଚିକିତ୍ସା ମହଙ୍ଗା ହୋଇଥାଏ। ଏମିତି ଏକ ଦୁର୍ଲଭ ରୋଗ ପାଇଁ ପ୍ରସ୍ତୁତ ହୋଇଛି ବିଶ୍ୱର ସବୁଠୁ ମହଙ୍ଗା ଔଷଧ। ଏହି ଔଷଧର ନାମ ଜୋଲଜେନସ୍ମା। ଏହାର ଗୋଟିଏ ଡୋଜ୍ର ମୂଲ୍ୟ ୧,୭୯ ମିଲିୟନ୍ ଅର୍ଥାତ୍ ୧୮.୨୦ କୋଟି ଟଙ୍କା। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଏହି ଔଷଧର ଗୋଟିଏ ଡୋଜ୍ ରୋଗ ଭଲ କରିଦିଏ। ସ୍ପାଇନାଲ୍ ମସ୍କ୍ୟୁଲାର୍ ଆଟ୍ରୋଫି ନାମକ ଏକ ରୋଗ ପାଇଁ ଏହି ଓଷଧ ପ୍ରସ୍ତୁତ କରାଯାଇଛି। ଇଂଲଣ୍ଡର ନ୍ୟାଶନାଲ ହେଲ୍ଥ ସର୍ଭିସ୍ ଜୋଲଜେନସ୍ମା ଔଷଧର ବ୍ୟବହାର ପାଇଁ ସ୍ବୀକୃତି ଦେଇଛି। ଏହାପୂର୍ବରୁ ଆମେରିକା ଏହି ଔଷଧକୁ ସ୍ବୀକୃତି ଦେଇଥିଲା। ଇଂଲଣ୍ଡରେ ପ୍ରତିବର୍ଷ ୮୦ ପିଲା ଜୋଲଜେନସ୍ମା ରୋଗରେ ପୀଡିତ ହୋଇଥାନ୍ତି। ଜୋଲଜେନସ୍ମାର ଗୋଟିଏ ଡୋଜ୍ ଶରୀରର ନିଖୋଜ ଜିନ୍କୁ ରିଷ୍ଟୋର କରି ପିଲାଙ୍କ ନର୍ଭସ ସିଷ୍ଟମକୁ ଠିକ୍ କରିଥାଏ।