ବିଳାସପୂର୍ଣ୍ଣ ମହଲ କିଣିଲେ ବିଶ୍ୱର ୩ ନମ୍ବର ଧନୀ ବ୍ୟକ୍ତି: ଦାମ୍‌ ରହିଛି

ଫ୍ଲୋରିଡା,୧୧।୮: ଆମାଜନ୍‌ର ମୁଖ୍ୟ ତଥା ବିଶ୍ୱର ୩ ନମ୍ବର ଧନୀ ଜେଫ ବେଜୋସ ରିଏଲ ଇଷ୍ଟେଟ କ୍ଷେତ୍ରରେ ପାଦ ରଖିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ଆମେରିକାର ଫ୍ଲୋରିଡା ଉପକୂଳରେ ଏକ ବିଳାସପୂର୍ଣ୍ଣ ମହଲ କିଣିଛନ୍ତି। ବ୍ଲୁମବର୍ଗରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବେଜୋସ ଫ୍ଲୋରିଡାର ମିଆମି ଅଞ୍ଚଳରେ କୃତ୍ରିମ ଦ୍ୱୀପ ଇଣ୍ଡିଆନ କ୍ରିକ ନିର୍ମାଣ କରିଛନ୍ତି। ଜେଫ ବେଜୋସ ୬୮ ମିଲିୟନ ଡଲାର(୫,୬୩,୨୪,୦୬,୦୦୦,୦୦)ର ଏହାକୁ କିଣିଛନ୍ତି।
୨.୮ ଏକର ଉପରେ ବ୍ୟାପିଥିବା ଏହି ସମ୍ପତ୍ତି ଏମ୍‌ଟିଏମ୍‌ ଷ୍ଟାର ଇଣ୍ଟରନ୍ୟାଶନାଲର ଥିଲା। ଏହି ସମ୍ପତ୍ତି ଜେଫ ବେଜୋସଙ୍କ ଦ୍ୱାରା କେବଳ ଜୁନ ୨୦୨୩ରେ କିଣାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ କ୍ରେତାଙ୍କ ସୂଚନା ସାର୍ବଜନୀନ କରାଯାଇ ନାହିଁ। ଏହାପୂର୍ବରୁ ୧୯୮୨ ମସିହାରେ ଏହି ସମ୍ପତ୍ତି ୧.୪ ମିଲିୟନ ଡଲାରରେ ବିକ୍ରି ହୋଇଥିଲା।

Share