ଏହି ବ୍ୟାଟ୍‌କୁ ପସନ୍ଦ କରନ୍ତି ସମସ୍ତ କ୍ରିକେଟର, ୧୨୯ ବର୍ଷ ଧରି ଏହି ପରିବାର କରିଆସୁଛନ୍ତି…

ଏବେ ଚାରିଆଡେ ଆଇସିସି ବିଶ୍ୱକପ୍‌ ୨୦୨୩ର କ୍ରେଜ୍‌। କ୍ରିକେଟର ଏହି ମହାକୁମ୍ଭରେ ବ୍ୟାଟ୍ସମ୍ୟାନମାନେ ପସନ୍ଦର ବ୍ୟାଟ୍‌ଗୁଡ଼ିକୁ ବ୍ୟବହାର କରୁଥିବା ଦେଖାଯାଇଛି। ହେଲେ ଦୁନିଆର ସବୁଠାରୁ ପୁରୁଣା କ୍ରିକେଟ ବ୍ୟାଟ୍‌ କମ୍ପାନୀ ସମ୍ପର୍କରେ କ’ଣ ଆପଣ ଜାଣନ୍ତି? ହୁଏତ ନା।

୧୮୯୪ରେ ଜୈସି ସାମୁଏଲ ରାଇଟ୍‌ ଆରମ୍ଭ କରିଥିବା ଜେଏସ୍‌ ରାଇଟ୍‌ ଆଣ୍ଡ ସନ୍ସ ହେଉଛି ଦୁନିଆର ସବୁଠାରୁ ପୁରୁଣା କ୍ରିକେଟ ବ୍ୟାଟ୍‌ କମ୍ପାନୀ। ବିଶ୍ୱର ପ୍ରାୟ ୭୫% କ୍ରିକେଟ ବ୍ୟାଟ୍‌କୁ ଏହି କମ୍ପାନୀ ସାଲିକ୍ସ ଅଲବା ସେରୁଲା ଗଛର କାଠରୁ ପ୍ରସ୍ତୁତ କରିଥାଏ। ୧୨୯ ବର୍ଷ ପୁରୁଣା ଏହି କମ୍ପାନୀ ଏବେ ବି ଗୋଟିଏ ପରିବାର ନିକଟରେ ଅଛି। ଏହା ଦୁନିଆର ଲୋକପ୍ରିୟ କ୍ରିକେଟ ବ୍ୟାଟ୍‌ ନିର୍ମାତାମାନଙ୍କୁ ହାଇ କ୍ୱାଲିଟିର କାଠଖଣ୍ଡ ବିକ୍ରି କରିଥାଏ। ବର୍ଷକୁ ଏହାର ବିକ୍ରି ପ୍ରାୟ ୯୫ କୋଟି ଟଙ୍କା। କହିବାକୁ ଗଲେ ଏହା ଦୁନିଆର ସବୁଠାରୁ ବଡ଼ କ୍ରିକେଟ୍‌ ବ୍ୟାଟ୍‌ କମ୍ପାନୀ । ଏହା ଓ୍ବେବସାଇଟ୍‌ରେ ଉପଲବ୍ଧ ଡାଟା ଅନୁଯାୟୀ ପ୍ରତିବର୍ଷ ହଜାର ହଜାର କ୍ରିକେଟ ବ୍ୟାଟ୍‌ର ସପ୍ଲାଏ କରିଆସୁଛି। ଏହାକୁ ନେଇ ଜେଏସ୍‌ ରାଇଟ୍‌ ଦେଶରେ ପ୍ରତି ବର୍ଷ ୩୦,୦୦୦ ଗଛ ମଧ୍ୟ ଲଗାଉଛି।

Share