ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ: ଏତିକି ବର୍ଷ ବୟସରେ ନେଲେ ଶେଷ ବିଦାୟ

ଲଣ୍ଡନ,୨୭ା୧୧: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଜନ୍‌ ଆଲ୍‌ଫ୍ରେଡ୍‌ ଟିନିସ୍‌ଉଡ୍‌ଙ୍କର ୧୧୨ ବର୍ଷରେ ପରଲୋକ ହୋଇଯାଇଛି। ଇଂଲଣ୍ଡର ସାଉଥପୋର୍ଟ କେୟାର ହୋମ୍‌ରେ ସୋମବାର ତାଙ୍କର ଦେହାନ୍ତ ହୋଇଥିବା ପରିବାର ଲୋକେ କହିଛନ୍ତି।୧୯୧୨ ଅଗଷ୍ଟ ୨୬ରେ ଟିନିସ୍‌ଉଡ୍‌ଙ୍କ ଜନ୍ମ। ସେ ତାଙ୍କ ଜୀବନକାଳରେ ୨ଟି ବିଶ୍ୱଯୁଦ୍ଧ ଏବଂ ୨୪ ଜଣ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛନ୍ତି। ୨୦୨୦ରେ ଗିନିଜ ବୁକ୍‌ ଅଫ୍‌ ରେକର୍ଡ ତାଙ୍କୁ ବ୍ରିଟେନ୍‌ର ସବୁଠୁ ବୟସ୍କ ବ୍ୟକ୍ତି ଭାବେ ସ୍ବୀକୃତି ଦେଇଥିଲା। ୨୦୨୪ ଏପ୍ରିଲରେ ୧୧୪ ବର୍ଷୀୟ ଜୁଆନ ସିସେଣ୍ଟ ପେରେଜ ମେରାଙ୍କ ମୃତ୍ୟୁ ପରେ ଟିନିସ୍‌ଉଡ୍‌ ବିଶ୍ୱର ସବୁଠୁ ବରିଷ୍ଠ ବ୍ୟକ୍ତି ଭାବେ ସ୍ବୀକୃତି ପାଇଥିଲେ।

Share