Advertisement
Categories: ଫୁରସତ

ବିଶ୍ୱର ସବୁଠୁ ବୟସ୍କା ମହିଳା ହାସଲ କଲେ ଆଉ ଏକ ରେକର୍ଡ

ଜାପାନର କେନ ଟନାକା ବିଶ୍ୱର ସବୁଠୁ ଜୀବନ୍ତ ବୟସ୍କା ମହିଳା ଭାବେ ଗିନିଜ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି। କେନ ଗତ ଶନିବାର ୧୧୭ ବର୍ଷ ୨୬୧ ଦିନରେ ପଦାର୍ପଣ କରି ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଜାପାନର ସବୁଠୁ ବୟସ୍କା ମହିଳା ଭାବେ ରେକର୍ଡ ହାସଲ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଜାପାନୀ ମହିଳା ନବୀ ତାଜିମାଙ୍କ ନାମରେ ଥିଲା। ଯିଏ ଏପ୍ରିଲ ୨୦୧୮ରେ ୧୧୭ ବର୍ଷ ୨୬୦ ଦିନ ବୟସରେ ଦେହାନ୍ତ କରିଥିଲେ। କେନ ତାନାକା ଦକ୍ଷିଣ-ପଶ୍ଚିମ ଫୁକୁଓକା ସହରର ଏକ ନର୍ସିଂହୋମରେ ରୁହନ୍ତି। ସୋଡା ଏବଂ ଚକୋଲେଟ୍‌ ଖାଇବାକୁ ଭଲ ପାଉଥିବା ତାନାକା, ୧୯୦୩ ଜାନୁୟାରୀ ୨ରେ ରେ ଫୁକୁଓକା ସହରର ପୂର୍ବ ୱାଜିରୋ ଗାଁରେ ଜନ୍ମଗ୍ରହଣ କରିଥିଲେ। କେନ ଏହି ସଫଳତାକୁ କୋକ ବୋତଲ ସହିତ ପାଳନ କରିଥିଲେ। ସେଦିନ ସେ ଏକ ଟି-ସାର୍ଟ ପିନ୍ଧିଥିଲେ। ଏହାକୁ ତାଙ୍କ ପରିବାର ସଦସ୍ୟମାନେ ଉପହାରରେ ଦେଇଥିଲେ। ତାଙ୍କର ୬୦ ବର୍ଷୀୟ ନାତି ଇଜି ଟନାକା କ୍ୟୋଡୋ କହିଛନ୍ତି ଯେ ତାଙ୍କ ଜେଜେମା’ଙ୍କ ସ୍ବାସ୍ଥ୍ୟ ଭଲ ଅଛି। କରୋନା ମହାମାରୀ ଯୋଗୁ ସେବ ବାହାରକୁ ଯାଇପାରୁ ନାହାନ୍ତି। ଏହାସତ୍ତ୍ୱେ ସେ ପ୍ରତିଦିନ ତାଙ୍କ ଜୀବନକୁ ଉପଭୋଗ କରୁଛନ୍ତି। ଏକ ପରିବାର ଭାବରେ ଆମେ ନୂଆ ରେକର୍ଡ ପାଇଁ ଖୁସି ଏବଂ ଗର୍ବିତ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share