ବିଶ୍ୱର ବୟସ୍କ ବ୍ୟକ୍ତିଙ୍କ ପରଲୋକ

ମାଡ୍ରିଡ୍‌,୨୦।୧(ବ୍ୟୁରୋ): ବିଶ୍ୱର ବୟସ୍କ ବ୍ୟକ୍ତିର ମାନ୍ୟତା ପାଇଥିବା ୧୧୨ବର୍ଷୀୟ ସ୍ପେନୀୟ ବ୍ୟକ୍ତି ସାଣ୍ଟିଆଗୋ ଡେ ଲା ଫୁଏଣ୍ଟଙ୍କ ମଙ୍ଗଳବାର ପରଲୋକ ଘଟିଛି। ଉତ୍ତରପଶ୍ଚିମ ସ୍ପେନର ନିକ ଘରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଗତ ବର୍ଷ ସେପ୍ଟେମ୍ବରରେ ସାଣ୍ଟିଆଗୋ ବିଶ୍ୱର ବୟସ୍କ ବ୍ୟକ୍ତି ଭାବେ ଗିନିଜ ବୁକ୍‌ ଅଫ୍‌ ରେକର୍ଡର ମାନ୍ୟତା ପାଇଥିଲେ। ୧୯୦୯ ଫେବୃୟାରୀ ୯ରେ ସାଣ୍ଟିଆଗୋ ଜନ୍ମ ଗ୍ରହଣ କରିଥିଲେ। ୧୯୧୮ରେ ସେ ସ୍ପାନିଶ ଫ୍ଲୁ ମାହାମାରୀରୁ ବଞ୍ଚତ୍ ଯାଇଥିଲେ। ତାଙ୍କୁ ଯେତେବେଳେ ୧୩ବର୍ଷ ବୟସ ହୋଇଥିଲା, ସେବେଠାରୁ ସେ ଜୋତା କାରଖାନାରୁ କାମ ଆରମ୍ଭ କରିଥିଲେ। ତାଙ୍କର ୮ ଝିଅପୁଅ ଥିବାବେଳେ ୧୪ନାତୁଣୀନାତି, ୨୨ ଅଣନାତୁଣୀନାତି ଅଛନ୍ତି। କୋଭିଡ୍‌ ପାଣ୍ଡେମିକ୍‌ ସମୟରେ ସେ ଲିଓନ୍‌ରେ ପ୍ରଥମ ବ୍ୟକ୍ତି ଭାବେ ଟିକା ନେଇଥିଲେ। ସାଣ୍ଟିଆଗୋ ପଡ଼ୋଶୀ ଲିଓନ୍‌- ସିଡି ପୁଏଣ୍ଟେ କ୍ୟାଷ୍ଟ୍ରୋରେ ଏକ ଫୁଟବଲ୍‌ କ୍ଲବର ପ୍ରତିଷ୍ଠା କରିଥିଲେ। ଯାହାର ଏବେ ଅନେକ କନିଷ୍ଠ ଶାଖା ରହିଛି। ସାଣ୍ଟିଆଗୋ ତାଙ୍କର ସମର୍ପିତ ମନୋଭାବ ପାଇଁ ସମସ୍ତଙ୍କ ହୃଦୟରେ ସବୁଦିନ ପାଇଁ ମନେ ରହିବେ ବୋଲି ଶୁଭେଚ୍ଛୁମାନେ ମତ ପ୍ରକାଶ କରିଛନ୍ତି।

Share