Categories: ଫୁରସତ

ଏହା ହେଉଛି ଦୁନିଆର ସର୍ବ ପୁରାତନ ବୃକ୍ଷ, ବୟସ ପ୍ରାୟ ୫୪୮୪ ବର୍ଷ…

ଦକ୍ଷିଣ ଚିଲିର ଆଲର୍ସ କୋଷ୍ଟେରୋ ଜାତୀୟ ଉଦ୍ୟାନରେ ରହିଛି ଦୁନିଆର ସର୍ବ ପୁରାତନ ବୃକ୍ଷ। ଏହା ଏକ ସାଇପ୍ରସ ଗଛ। ହିନ୍ଦୀରେ ଏହାକୁ ‘ସାନୁଭର’ କୁହାଯାଏ। ବୃକ୍ଷଟିର ବୟସ ପୃଥିବୀରେ ଥିବା ସମସ୍ତ ବୃକ୍ଷ ଅପେକ୍ଷା ଅଧିକ। ସେଥିଲାଗି ବୈଜ୍ଞାନିକମାନେ ଏହାକୁ ‘ଗ୍ରେଟ୍‌ ଗ୍ରାଣ୍ଡଫାଦର’ ବୋଲି କହୁଛନ୍ତି।

ପ୍ୟାରିସର ଜଳବାୟୁ ଏବଂ ପରିବେଷ ବିଜ୍ଞାନ ଲାବୋରେଟୋରୀ ଇକୋଲୋଜିଷ୍ଟ ଜୋନାଥନ ବାରିଚେଭିଚ୍‌ କହିଛନ୍ତି ଯେ, ଏହି ସାଇପ୍ରସ ଗଛର ବୟସ ପ୍ରାୟ ୫୪୮୪ ବର୍ଷ। ଏହାର ଆକାର, ବିସ୍ତାର ଆଦିକୁ କମ୍ପ୍ୟୁଟର ମଡେଲ ଦ୍ୱାରା ଯାଞ୍ଚ କରି ବୟସ ନିର୍ଦ୍ଧାରଣ କରାଯାଇଛି। ଏହା ବୃକ୍ଷର ଏକ ବିଲୁପ୍ତ ପ୍ରଜାତି।

ପୂର୍ବରୁ କାଲିଫର୍ନିଆର ହ୍ବାଇଟ୍‌ ମାଉଣ୍ଟେନ୍ସରେ ଅବସ୍ଥିତ ବ୍ରିଷ୍ଟଲକୋନ୍‌ ପାଇନ୍‌କୁ ସର୍ବ ପୁରାତନ ବୃକ୍ଷ ବୋଲି କୁହାଯାଉଥିଲା। ଏହାର ନାମ ମେଥୁସେଲା ହୋଇଥିବା ବେଳେ ବୟସ ୪୮୫୩ ବର୍ଷ ଥିଲା। ହେଲେ ‘ଗ୍ରେଟ୍‌ ଗ୍ରାଣ୍ଡଫାଦର’ଭାବେ ନାମିତ ବୃକ୍ଷର ବୟସ ୫୪୮୪ ବର୍ଷ।

Share