କାନାଡାରୁ ମିଳିଲା ସବୁଠୁ ପୁରୁଣା ପାଣି

ଓଟ୍ଟାଓ୍ବା,୨।୫ : କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ଏକ ଦଳ ଆବିଷ୍କାର କରିଛି ଭୁପୃଷ୍ଟର ସବୁଠୁ ପୁରୁଣା ପାଣି। ବିଶେଷଜ୍ଞମାନଙ୍କୁ ଓଣ୍ଟାରିଓର ଏକ ଖଣିରୁ ୨୦୦୯ରେ ମିଳିଥିଲା ଏହି ପାଣିର ନମୁନା। ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରାଯିବା ପରେ ଏହି ପାଣିର ବୟସ ୧.୬ ବିଲିୟନ ବର୍ଷ ବୋଲି ଜଣାପଡ଼ିଛି। ଏହା ଭୁପୃଷ୍ଠରେ ମିଳୁଥିବା ସବୁଠୁ ପୁରୁଣା ପାଣି।

ଉକ୍ତ ପାଣିର ନମୁନାରେ ମାଇକ୍ରୋବସଙ୍କ ସତ୍ତା ମିଳିଛି, ଯାହା ପାଣିରେ ଥିବା ହାଇଡ୍ରୋଜେନ ଓ ସଲଫେଟ୍‌ ଯୋଗୁ ଜୀବନ୍ତ ଥିଲେ। ଏଭଳି ଜୀବନ ପ୍ରାୟ ସମୁଦ୍ରରେ ମିଳେ। ପ୍ରଥମ ଥର ପାଇଁ ଖଣିର ପାଣିରେ ମାଇକ୍ରୋବସ୍‌ଙ୍କ ସତ୍ତା ମିଳିଛି। ଏହି ଅଧ୍ୟୟନ ବୈଜ୍ଞାନିକଙ୍କୁ ପ୍ରାଚୀନ ପୃଥିବୀକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିବ। ଏହି ଗ୍ରହରେ ଜୀବନ କେଉଁ ଭଳି ଆରମ୍ଭ ହେଲା, ତାହା ଜାଣିବାକୁ ମିଳିବ।

Share