Categories: ଫୁରସତ

ଭିକ୍ଷାବୃତ୍ତିରେ ବିଶ୍ୱର ସବୁଠୁ ଧନୀ: ଭିକାରୀ ୭.୫ କୋଟି ସମ୍ପତ୍ତିର ମାଲିକ

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ରେଲଓ୍ବେ ଷ୍ଟେଶନ୍‌ ଅଞ୍ଚଳ ତାଙ୍କ କାର୍ଯ୍ୟାଳୟ। ସକାଳେ କର୍ମଚାରୀମାନେ ଯେମିତି କାମ କରିବା ପାଇଁ ଅଫିସ୍‌ରେ ପହଞ୍ଚତ୍ୟାନ୍ତି ସେମିତି ଭାରତ ଜୈନ ପ୍ରତିଦିନ କାମ କରିବାକୁ ଚାଲିଆସନ୍ତି ରାସ୍ତା କଡ଼କୁ। ପେସାରେ ଭିକାରୀ କିନ୍ତୁ କୋଟି କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ଭାରତ। କହିବାକୁ ଗଲେ ଭିକମାଗିବା ହେଲା ତାଙ୍କ ବୃତ୍ତି। ମୁମ୍ବାଇର ରାଜରାସ୍ତାରେ ଥାଳ ଧରି ଭିକ ମାଗୁଥିବା ଏହି କୋଟି ପତିଙ୍କ ପାଖରେ ଅଛି ୭.୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଭାରତଙ୍କୁ ବିଶ୍ୱର ସବୁଠୁ ଧନୀ ଭିକାରୀ ବୋଲି କୁହାଯାଇଛି।
ପିଲାବେଳେ ଅଭାବ ଅନାଟନରେ ଦିନ କାଟିଥିବା ଭାରତଙ୍କ ପାଠପଢ଼ା ଅଧାରେ ରହିଯାଇଥିଲା। ଏହାପରେ ସେ ଭିକ୍ଷାବୃତ୍ତିକୁ ଆପଣାଇ ନିଜ ପରିବାର ପ୍ରତିପୋସଣ କରିବା ଆରମ୍ଭ କଲେ। ଘରେ ତାଙ୍କର ସ୍ତ୍ରୀ, ୨ ପୁଅ, ବାପା ଓ ଭାଇ ରହୁଛନ୍ତି। ମାସକୁ ସେ ୬୦,୦୦୦ରୁ ୭୫,୦୦୦ ଟଙ୍କା ରୋଜଗାର କରୁଛନ୍ତି। ମୁମ୍ବାଇରେ ତାଙ୍କର ୧.୨ କୋଟି ଟଙ୍କା ମୂଲ୍ୟର ୨ବିଏଚ୍‌କେର ଫ୍ଲାଟ ଅଛି। ଥାଣେରେ ୨ଟି ଦୋକାନ ଭଡ଼ା ଲାଗିଥିବାବେଳେ ସେଥିରୁ ମାସିକ ୩୦,୦୦୦ ରୋଜଗାର ତାଙ୍କର ହୋଇଯାଉଛି। ପ୍ରତିଦିନ ୧୦ରୁ ୧୨ ଘଣ୍ଟା ରାସ୍ତାରେ ଭିକ ମାଗୁଥିବା ଭାରତଙ୍କ ଦୈନିକ ଆୟ ୨,୦୦୦ରୁ ୨,୫୦୦ ଟଙ୍କା ।
ପାରେଲସ୍ଥିତ ୧ବିଏଚ୍‌କେ ଡୁପ୍ଲେକ୍ସରେ ଭାରତ ପରିବାର ସହ ରହୁଛନ୍ତି। ତାଙ୍କ ପିଲାମାନେ କନ୍‌ଭେଣ୍ଟ ସ୍କୁଲରେ ପାଠ ପଢ଼ୁଥିବାବେଳେ ସେମାନଙ୍କ ପାଢ଼ା ଶେଷ ହୋଇଯାଇଥିବା କୁହାଯାଉଛି। ଭିକ୍ଷାବୃତ୍ତି ବନ୍ଦ କରିବା ପାଇଁ ପରିବାର ଲୋଲେ ବହୁବାର କହିଲେ ମଧ୍ୟ ଭାରତ ସେଥିରେ ରାଜି ନାହାନ୍ତି।

Share