Posted inଫୁରସତ

ବିଶ୍ବର ସବୁଠୁ ଧନୀ ପରିବାର: ୪୦୦୦ କୋଟିର ଘର, କାର୍‌ ସଂଖ୍ୟା ଜାରିଲେ ଉଡିଯିବ ହୋଶ୍‌

ଆବୁଧାବି:ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ସ୍ଥିତ ଆବୁଧାବିର ଅଲ୍‌ ନାହୟାନ ରାଜ ପରିବାର ହେଉଛି ବିଶ୍ବର ସବୁଠାରୁ ଧନୀ ପରିବାର। ଏହି ପରିବାରର ସମୁଦାୟ ସମ୍ପତ୍ତିର ମୂଲ୍ୟ ୩୦୦ ବିଲିୟନ ଡଲାରରୁ ଅଧିକ। ଅନେକ ଘରୋଇ ଜେଟ୍‌, ଫୁଟ୍‌ବଲ୍‌ କ୍ଲବ୍‌, ତୈଳ ଭଣ୍ଡାର ଓ ଅନ୍ୟାନ୍ୟ ସମ୍ପତ୍ତି ମଧ୍ୟ ଏହି ପରିବାର ପାଖରେ ରହିଛି। ବହୁ ବଡ଼ କମ୍ପାନୀରେ ଏହି ପରିବାରର ନିବେଶ ମଧ୍ୟ ରହିଛି। ୩ଟି ପେଣ୍ଟାଗନ୍‌ ଆକାରର ହୋଇଥିବା ଅଲ୍‌ ନାହୟାନ ପରିବାରର ରାଜକୀୟ ପ୍ରାସାଦର ମୂଲ୍ୟ ହେଉଛି ୪,୦୭୮ କୋଟି ଟଙ୍କା। ସେହିପରି ଏହି ପରିବାର ନିକଟରେ ୮ଟି ଘରୋଇ ଜେଟ୍‌ ରହିଛି। ତେବେ ଏହି ରାଜ ପରିବାରର ବିଶ୍ୱର ପ୍ରାୟ ୬% ତୈଳ ଭଣ୍ଡାରର ମାଲିକ ହୋଇଥିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।
ୁଏଇର ରାଷ୍ଟ୍ରପତି ତଥା ହେଡ୍‌ ଅଫ୍‌ ଷ୍ଟେଟ୍‌ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହୟାନ ରହିଛନ୍ତି। ଆବୁଧାବିରେ ପ୍ରାୟ ୯୪ ଏକର ପରିବ୍ୟାପ୍ତ ଥିବା ରାଜକୀୟ ପ୍ରାସାଦରେ ଏହି ପରିବାରର ସଦସ୍ୟମାନେ ରୁହନ୍ତି। ରାଷ୍ଟ୍ରପତି ମହମ୍ମଦ ବିନ୍‌ ଜାୟେଦଙ୍କ ଭାଇ ତହନୁନ୍‌ ବିନ୍‌ ଜାଏଦ ଅଲ ନାହିୟାନ୍‌ ହେଉଛନ୍ତି ଏହି ପରିବାର ଦ୍ୱାରା ଚାଳିତ ମୁଖ୍ୟ ପୁଞ୍ଜି ବିନିଯୋଗ କମ୍ପାନୀର ପ୍ରତିଷ୍ଠାତା। ୨୩୫ ବିଲିୟନ ଡଲାର ମୂଲ୍ୟର ଏହି କମ୍ପାନୀ ସାଧାରଣତଃ କୃଷି, ଶକ୍ତି, ମନୋରଞ୍ଜନ, ସାମୁଦ୍ରିକ ବ୍ୟବସାୟ ଆଦି କ୍ଷେତ୍ରରେ ନିବେଶ କରିଥାଏ। ସେହିପରି ରାଷ୍ଟ୍ରପତି ମହମ୍ମଦଙ୍କ ସାନ ଭାଇ ଶେଖ୍‌ ହମଦ ବିନ୍‌ ହମଦାନ ଅଲ୍‌ ନାହୟାନଙ୍କର ୭୦୦ରୁ ଅଧିକ କାର୍‌ ସଂଗ୍ରହ ରହିଛି। ବିଶ୍ବର ସର୍ବ ବୃହତ୍‌ ଏସ୍‌ୟୁଭି କାର୍‌ ମଧ୍ୟ ତାଙ୍କ ନିକଟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri