୧୩ ମାସ ପରେ ଘରକୁ ଗଲେ ବିଶ୍ୱର ସବୁଠୁ ଛୋଟ ଶିଶୁ

ଦୁନିଆର ସବୁଠାରୁ ଛୋଟ ଶିଶୁ ଦୀର୍ଘ ୧୩ ମାସ ହସ୍ପିଟାଲରେ ରହିବା ପରେ ଏବେ ଡିସଚାର୍ଜ ହୋଇ ଘରକୁ ଯାଇଛନ୍ତି। କ୍ୱେକ ୟୁ ଜୁଆନ ଏହି ଶିଶୁ କନ୍ୟାଟି ୯ ଜୁନ ୨୦୨୦ରେ ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିଟି ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ। ଜନ୍ମ ସମୟରେ ତାର ଓଜନ ୨୧୨ ଗ୍ରାମ ହୋଇଥିବାବେଳେ ଲମ୍ବ ୨୪ ସେଣ୍ଟିମିଟର ଥିଲେ। ଶିଶୁଟି ନିଜେ ୫ ମାସରେ ଜନ୍ମ ହୋଇଥିଲେ ଏବଂ ତାଙ୍କର ଅନେକ ଅଙ୍ଗ ବିକଶିତ ହୋଇ ନ ଥିଲା। ତା’ର ଫୁସଫୁସ ମଧ୍ୟ ସଠିକ ଭାବରେ ବିକଶିତ ହୋଇ ନ ଥିଲା ଏବଂ ସେ ଭେଣ୍ଟିଲେଟର ବିନା ନିଶ୍ୱାସ ମଧ୍ୟ ନେଇ ପାରି ନ ଥିଲେ। ଏହା ବ୍ୟତୀତ ତାଙ୍କର ଚର୍ମ ମଧ୍ୟ ଅତି ସୂକ୍ଷ୍ମ ଥିଲା। ଏହି କାରଣରୁ, ଜନ୍ମ ସମୟରେ ତାଙ୍କର ଓଜନ ଏକ ସେଓର ଓଜନ ସହିତ ସମାନ ଥିଲା । ଏହା ଦେଖି ଡାକ୍ତର ଏବଂ ନର୍ସମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜନ୍ମ ପରେ, କ୍ୱେକ ୟୁ ଜୁଆନ ହସ୍ପିଟାଲର ଇଣ୍ଟେନ୍ସିଭ କେୟାର ୟୁନିଟ (ଆଇସିୟୁ) ରେ ୧୩ ମାସ ରହିଲେ ଏବଂ ସପ୍ତାହେ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରଖାଗଲା। ତାଙ୍କୁ ଜୁଲାଇ ୯ ରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଜନ୍ମର ୪ ମାସ ପର୍ଯ୍ୟନ୍ତ ଶିଶୁଟିକୁ ବଞ୍ଚାଇବା ଡାକ୍ତରଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା। ଯଏବେ ଝିଅଟି ସୁସ୍ଥ ଅଛି ଏବଂ ଜୁଲାଇ ୯ରେ ଡିସଚାର୍ଜ ସମୟରେ କ୍ୱେକ ୟୁ ଜୁଆନଙ୍କ ଓଜନ ୬.୩ କିଲୋଗ୍ରାମ ଥିଲା୍‌
କ୍ୱେକ ୟୁ ଜୁଆନଙ୍କ ଚିକିତ୍ସା ପାଇଁ ତାଙ୍କ ମାତାପିତା ୧.୯ ଲକ୍ଷ ପାଉଣ୍ଡ ଅର୍ଥାତ୍‌ ପ୍ରାୟ ୧ କୋଟି ୯୫ ଲକ୍ଷ ଟଙ୍କା ଜମା ଅର୍ଥ ଜମା କରିଥିଲେ, ସେଥିମଧ୍ୟରୁ ପ୍ରାୟ ୧ ଲକ୍ଷ ପାଉଣ୍ଡ ଅର୍ଥାତ୍‌ ୧୩ ମିଲିୟନ ଟଙ୍କା ତାଙ୍କ ଚିକିତ୍ସା ପାଇଁ ଜମା କରାଯାଇଥିଲା। ଭବିଷ୍ୟତର ଚିକିତ୍ସା ଖର୍ଚ୍ଚ ପାଇଁ ସେ ବାକି ଟଙ୍କା ରଖିଛନ୍ତି।
କ୍ୱେକ ୟୁ ଜୁଆନଙ୍କ ପ୍ରସବ ଏବଂ ଚିକିତ୍ସାରେ ଜଡିତ ଥିବା ଡାକ୍ତର ଏବଂ ନର୍ସମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ ଏବଂ ସେମାନେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡିକ ବର୍ଣ୍ଣନା କରିଥିଲେ। ଡାକ୍ତରମାନେ କହିଥିଲେ, ତାଙ୍କର ଚର୍ମ ଏତେ ସୂକ୍ଷ୍ମ ଥିଲା ଯେ ଏହାକୁ ପରୀକ୍ଷା କରିବା ସମ୍ଭବ ନୁହେଁ ଏବଂ ଶରୀର ଏତେ ଛୋଟ ଥିଲା ଯେ ଉପଯୁକ୍ତ ଶ୍ୱାସକ୍ରିୟା ପାଇବା କଷ୍ଟକର ଥିଲା। ଔଷଧକୁ ମଧ୍ୟ ଦଶମିକ ସଂଖ୍ୟାରେ ଗଣିବାକୁ ପଡିଥିଲା।

Share