Categories: ଫୁରସତ

ପୃଥିବୀର କ୍ଷୁଦ୍ରତମ ଏଣ୍ଡୁଅ

ଆନ୍ତନାନାରିଭୋ, ୬।୨: ମାଡାଗାସ୍କରର ମାଲାଗାସିର ଉତ୍ତରରେ ଥିବା ଜଙ୍ଗଲରୁ ପୃଥିବୀର କ୍ଷୁଦ୍ରତମ ଏଣ୍ଡୁଅକୁ ଚିହ୍ନଟ କରାଯାଇଛି। ଏହାର ଲମ୍ବ ୩୦ ମିଲିମିଟରରୁ କମ୍‌। ମାଈ ଏବଂ ଅଣ୍ଡିରା ଦୁଇଟି ଏଣ୍ଡୁଅର ସନ୍ଧାନ ଏଠାରେ ମିଳିଛି। ଏଣ୍ଡୁଅ ଦୁଇଟି ବ୍ରୋକିସିଆ ନାନା ପ୍ରଜାତିର ବୋଲି ପ୍ରାଣୀବିଜ୍ଞାନୀମାନେ କହିଛନ୍ତି। କ୍ଷୁଦ୍ର ଏଣ୍ଡୁଅ ଜଣେ ମନୁଷ୍ୟର ଆଙ୍ଗୁଠି ଟିପରେ ମଧ୍ୟ ସହଜରେ ବସି ପାରିବେ। ମାଈ ଏଣ୍ଡୁଅର ଲମ୍ବ ଅଣ୍ଡିରାଠାରୁ ଅଧିକ ରହିଛି। ମାଈର ଲମ୍ବ ୨୮.୯ ମିଲିମିଟର ଥିବାବେଳେ ଅଣ୍ଡିରା ଏଣ୍ଡୁଅର ଲମ୍ବ ୨୧.୬ ମିଲିମିଟର ରହିଛି। ଅଣ୍ଡିରା ଏଣ୍ଡୁଅର ପ୍ରଜନନ ଅଙ୍ଗ ଶରୀର ଆକାର ଅନୁସାରେ ବଡ଼ ରହିଛି। ଏହା ମୋଟ ଶରୀର ୨୦ ପ୍ରତିଶତ ବୋଲି ସରିସୃପ ବିଜ୍ଞାନୀ ଫ୍ରାଙ୍କ ଗ୍ଲ କହିଛନ୍ତି। ଏହି କ୍ଷୁଦ୍ରତମ ପ୍ରଜାତିକୁ ସ୍ଥାନୀୟ ସରକାରଙ୍କ ପକ୍ଷରୁ ଖୁବ୍‌ ଶୀଘ୍ର ଲୁପ୍ତପ୍ରାୟ ପ୍ରଜାତିରେ ସାମିଲ୍‌ କରାଯିବ ବୋଲି ଉଦ୍ୟମ ଆରମ୍ଭ ହୋଇଛି।

Share