ଆପଣ ବିଳାସପୂର୍ଣ୍ଣ ହୋଟେଲ ସମ୍ପର୍କରେ ଜାଣିଥିବେ ଦେଖିଥିବେ ମଧ୍ୟ। କିନ୍ତୁ ଦୁନିଆର ସବୁଠୁ ଛୋଟ ହୋଟେଲ ଦେଖିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…
ଏମିତି ହୋଟେଲ ରହିଛି ଦକ୍ଷିଣ ପଶ୍ଚିମ ଏସିଆର ଜାର୍ଡନରେ। ଏହି ହୋଟେଲ ମାଲିକଙ୍କ ନାମ ମହମ୍ମଦ ଅଲ-ମାଲାହିମ। ସେ ଜାର୍ଡନରେ ରହୁଛନ୍ତି। ଏହି ହୋଟେଲ ବିଶ୍ୱର ସବୁଠୁ ଛୋଟ ହୋଟେଲ। ଏହା ୨୦୧୧ ମସିହାରେ ନିର୍ମାଣ କରାଯାଇଥିଲା। ହୋଟେଲଟି ବଡ଼ ବଡ଼ ପାହାଡ଼ ମଧ୍ୟରେ ରହିଛି। ଏହି କାରଣରୁ ଏଠାକୁ ଆସୁଥିବା ଲୋକେ ପ୍ରକୃତିର ସୌନ୍ଦର୍ଯ୍ୟକୁ ବେଶ୍ ଉପଭୋଗ କରିଥାନ୍ତି।
ସବୁଠୁ ବଡ଼ ଅସୁବିଧା ହେଲା ଏହି ହୋଟେଲରେ ଏକା ସାଙ୍ଗରେ କେବଳ ଦୁଇଜଣ ଲୋକ ବସି ଖାଇପାରିବେ। ଏହା କପଲଙ୍କ ପାଇଁ ଭଲ। ମାତ୍ର ଫ୍ୟାମିଲି ପାଇଁ ନୁହେଁ। ଏହି ହୋଟେଲରେ ଗୋଟିଏ ଦିନ ରହିବା ପାଇଁ ପ୍ରାୟ ୫୬ ଡଲାର ଅର୍ଥାତ୍ ୪ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ଏଠାରେ ରହିବା ପୂର୍ବରୁ ବୁକିଂ କରିବାକୁ ପଡ଼ିଥାଏ। ଏହି ହୋଟେଲରେ ସ୍ଥାନୀୟ ଖାଦ୍ୟପେୟ ଏବଂ ଜଳଖିଆ ପରସା ଯାଇଥାଏ।