ହାଲୁଆ ପ୍ୟାକେଟରେ ପୋକ ସାଲୁବାଲୁ; ବିପଦରେ ଶିଶୁଙ୍କ ଜୀବନ, କାହାର ନିଘା ନାହିଁ

ଯାଜପୁର,୧ା୭(ହର୍ଷବର୍ଦ୍ଧନ ବେହେରା): ଶିଶୁମାନଙ୍କ ମାନସିକ ଓ ଶାରୀରିକ ବିକାଶ ଲାଗି ସରକାର ସମନ୍ବିତ ଶିଶୁ ବିକାଶ ଯୋଜନାରେ ହାଲୁଆ ପ୍ୟାକେଟ ବଣ୍ଟନ କରିବାର ବ୍ୟବସ୍ଥା କରିଛନ୍ତି। ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ସାଧାରଣ ଶିଶୁଙ୍କ ପାଇଁ ଏହା ଉର୍ଦ୍ଦିଷ୍ଟ। ଯୋଜନା ଆରମ୍ଭ ହେବାର ପ୍ରାୟ ୧୦ବର୍ଷ ବିତିଯାଇଥିଲେ ହେଁ ସରକାରଙ୍କ ଏହି ଲକ୍ଷ୍ୟ ଏଠାରେ ପଥଭ୍ରଷ୍ଟ ହୋଇଛି। ହାଲୁଆ ପ୍ୟାକେଟ ଖୋଲିଲେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳିଛି।

ଯାଜପୁର ଜିଲା ବରୀ ବ୍ଲକ ଅଲ୍ଲୀପୁର ଗ୍ରାମର ଏକ ମହିଳା ମହାସଂଘ ପକ୍ଷରୁ ପ୍ରସ୍ତୁତ ହାଲୁଆ ପ୍ୟାକେଟରେ ଏଭଳି ପୋକ ଦେଖିବାକୁ ମିଳିଛି। ଉକ୍ତ ପ୍ୟାକେଟ ପ୍ରସ୍ତୁତିର ୧ ମାସ ମଧ୍ୟରେ ପୋକ ଲାଗିଥିବା ଦୃଶ୍ୟ ଶିଶୁଙ୍କ ଜୀବନ ପ୍ରତି ବିପଦ ବୋଲି ଜଣେ ପ୍ରସୂତି ମହିଳା ଏକ ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି।

ଶିଶୁ ପୁଷ୍ଟିକର ଖାଦ୍ୟ ଅଭାବରୁ ରକ୍ତହୀନତା ସମେତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। କାହାର ଗୋଡ଼ହାତ କ୍ଷୀଣ ହୋଇଯାଉଛି ତ କାହାର ପେଟ ଫୁଲି ଯାଉଛି। ଆଉ କାହାର ଶରୀର ତୁଳନାରେ ମୁଣ୍ଡ ବଡ଼ ଦିଶୁଛି। ଏମାନଙ୍କୁ ସହଜରେ ସୁଷମ ଖାଦ୍ୟ ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୦ ବର୍ଷ ହେଲା ହାଲୁଆ ଓ ଛତୁଆ ପ୍ରସ୍ତୁତିରେ ନିମ୍ନମାନର ଯୋଗୁ ଯାଜପୁର ଜିଲାର ଶତାଧିକ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ବିପଦରେ ପଡ଼ିଛି ବୋଲି ମତପ୍ରକାଶ ପାଇଛି। ହାଲୁଆ ପ୍ରସ୍ତୁତି ପାଇଁ ସୁଜି ୭୬୦ ଗ୍ରାମ, ବେସନ ୨୬୦ ଗ୍ରାମ, ଚିନି ୪୦୦ ଗ୍ରାମ ଓ ତେଲ ୮୦ ଗ୍ରାମ ମିଶାଇ ମୋଟ ୧୫୦୦ ଗ୍ରାମର ପ୍ୟାକେଟ ହେଉଛି। ପରିଷ୍କାର ପାଣି ବା କ୍ଷୀର ଗରମ କରି ଶୁଖିଲା ହାଲୁଆ ସହିତ ମିଶାଇ ହାଲୁଆ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି। ତେଲ ଏଥିରେ ମିଶିଥିବାରୁ ଭାଜିବାର କିମ୍ବା ଚିନି ମିଶିଥିବାରୁ ଆଉ ଚିନି ଦେବାର ଆବଶ୍ୟକତା ନାହିଁ ବୋଲି ପ୍ୟାକେଟରେ ଦର୍ଶାଯାଉଛି।

ଶିଶୁ ଦିନକୁ ୬୦ ଗ୍ରାମ ହାଲୁଆ ଖାଇବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଇଛି। କିନ୍ତୁ ହାଲୁଆରେ ଚିନି, ବେସନ କିମ୍ବା ତେଲର ସ୍ବାଦ ମିଳୁନାହିଁ। ଫଳରେ ଅସ୍ବାଦ ହାଲୁଆ ଖାଇବାକୁ ପ୍ରାୟ କୌଣସି ଶିଶୁ ମନ ବଳାଉ ନାହାନ୍ତି। ଏହି କ୍ରମରେ ଗ୍ରାମାଞ୍ଚଳର ଲୋକେ କହୁଛନ୍ତି, ସରକାରଙ୍କ ପୂର୍ବର ଡାଲି ଯୋଗାଣ ଯୋଜନା ଠିକ୍‌ ଥିଲା। ଏଥିରେ ପିଲାମାନେ କିଛି ତ ଖାଇବାକୁ ପାଉଥିଲେ। ଏବେ କିନ୍ତୁ ଯେଉଁ ଛତୁଆ ଓ ହାଲୁଆ ପ୍ରସ୍ତୁତ ହୋଇ ଆସୁଛି ସେଥିରେ ଗହମ ଓ ସୁଜି କେବଳ ଅଧିକ ରହୁଥିବା ଦେଖିବାକୁ ମିଳୁଛି। ଗରିବ ଶିଶୁମାନେ ବାଧ୍ୟ ହୋଇ ଖାଉଥିଲେ ହେଁ ସେଥିରେ ସୁଷମ ଖାଦ୍ୟ ମିଳୁନାହିଁ। ଏପରିଭାବେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରି ଟଙ୍କା ହଡପ ହେଉଥିବା ଅଭିଯୋଗ ହେଉଛି। ଦାୟିତ୍ୱରେ ଥିବା କର୍ମଚାରୀ ଉପଯୁକ୍ତ ଭାବେ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି। କିମ୍ବା ମାସିକ ମୋଟା ଅଙ୍କର ପିସି ପହଞ୍ଚି ଯାଉଥିବାରୁ ଜାଣିଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ମତପ୍ରକାଶ ପାଉଛି।

ଯାଜପୁର ଜିଲା ବଡ଼ଚଣା ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ କୁନ୍ଦଳ ଓ ଦାଣ୍ଡ ହରିପୁର ଅଙ୍ଗନଓ୍ବାଡି କେନ୍ଦ୍ରରେ ଛତୁଆ ବଣ୍ଟନ ସମୟରେ ୧ା୧୧ା୨୦୧୯ରେ ଜିଲା ସମାଜ କଲ୍ୟାଣ ଅଧିକାରୀ (ଡିଏସ୍‌ଡବ୍ଲ୍ୟୁଓ) ପରିଦର୍ଶନରେ ଯାଇ ନିମ୍ନମାନର ଛତୁଆ ସମେତ ବିଭିନ୍ନ ତ୍ରୁଟି ଦେଖିବାକୁ ପାଇଥିଲେ। ଏହାପରେ ଡିଏସ୍‌ଡବ୍ଲ୍ୟୁଓ ସଂପୃକ୍ତ ପ୍ରସ୍ତୁତିକାରୀ ଅନୁଷ୍ଠାନ କର୍ମକର୍ତ୍ତାଙ୍କୁ ଜବାବ୍‌ ତଲବ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ସମସ୍ତ କାର୍ଯ୍ୟାନୁଷ୍ଠାନ ଦବି ଯାଇଥିଲା।

ସେହିଦିନଠାରୁ କୌଣସି ନିମ୍ନମାନର ଛତୁଆ ଓ ହାଲୁଆ ପ୍ରସ୍ତୁତି ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନ ଥିବା ମତପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ଯାଜପୁର ଡିଏସ୍‌ଡବ୍ଲ୍ୟୁଓ ସବିତା ଚ୍ୟାଉପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଏଯାଏ ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ତଥାପି ହାଲୁଆ ପ୍ୟାକେଟରେ ପୋକ ସାଲୁବାଲୁ ହେଉଥିବା ଭିଡିଓର ଆବଶ୍ୟକ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ

ଭୁବନେଶ୍ବର,୫।୭: ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ। ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ...

ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ

ପୁରୁଷୋତ୍ତମପୁର,୫।୭(ସିମାଞ୍ଚଳ ମିଶ୍ର) ସର୍ବଭାରତୀୟ ସ୍ତରରେ ୟୁପିଏସ୍‌ସି ଦ୍ବାରା ପରିଚାଳିତ ସିଡିଏସ୍‌(ଇଣ୍ଡିଆନ ମିଲିଟାରୀ ପରୀକ୍ଷା)ରେ ଗଞ୍ଜାମ ଜିଲା ପୁଷୋତ୍ତମପୁର ଏନ୍‌ଏସି ୱାର୍ଡନଂ ୯ ରଥ ସାହିର ସ୍ବନ୍ଦନଦାଶ...

୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର

ପାରାଦୀପ,୫ା୭: ଜଗତ୍‌ସିଂହପୁର ଜିଲା ପାରାଦୀପରେ ୩ ଦିନର ନବଜାତ ଶିଶୁପୁତ୍ରଙ୍କୁ ୧ ଲକ୍ଷ ଟଙ୍କାରେ ଜଣେ ଅସହାୟ ମହିଳା ବିକ୍ରିକରି ଦେଇଥିଲେ। ହେଲେ ବିକ୍ରି ହୋଇଥିବା...

ସୁରେନ୍ଦ୍ରନାଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ, ଚାଲିକି ଯାଇ…

ଭୁବନେଶ୍ୱର,୫।୭: କାକଟପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ  ସୁରେନ୍ଦ୍ରନାଥ ନାୟକଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ୯୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ସେ...

ଲାଞ୍ଚ ନେଉଥିବାବେଳେ ଆରଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଖୋର୍ଦ୍ଧା,୫।୭(ପ୍ରଭାତ ପାଣିଗ୍ରାହୀ): ଲାଞ୍ଚ ନେବା ବେଳେ ଧରାପଡିଲେ ବେଗୁନିଆ ତହସିଲ ସିକୋ ଆରଆଇ ବିଶେଶ୍ୱର ରାଏ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ...

ବବି ଦାସଙ୍କ ନାମରେ ଏତଲା

ଭୁବନେଶ୍ୱର,୪ା୭: ବିଜେଡି ସଂଗଠନର ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାମରେ ଶୁକ୍ରବାର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି। ବବି ଅନୁମତି ନ ନେଇ...

ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀ ହଟିଲେ, ଜାଣନ୍ତୁ ସେମାନେ କିଏ

ଭୁବନେଶ୍ୱର,୫।୭: ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀ ହଟିଛନ୍ତି। ସୁଡା ପ୍ରକଳ୍ପ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ଏବଂ ପୌର ନିର୍ଦ୍ଦେଶକ...

ପିଲାଙ୍କ ପାଇଁ ଆସିଲା ଖୁସିଖବର: ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, କେବେଠୁ ହେବ ଲାଗୁ

ଭୁବନେଶ୍ୱର,୫।୭: ସ୍କୁଲ ପିଲାଙ୍କ ପାଇଁ ଆସିଲା ଖୁସିଖବର। ଏଣିକି ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କ ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ । ଅପହଞ୍ଚ ଅଞ୍ଚଳରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri