ନବରଙ୍ଗପୁର, ୧୯ ।୬(ବି.ପ୍ର.): ସହରର ପାଇପ ପାଣିରେ ଆସୁଛି ପୋକ। ଜନସାଧାରଣଙ୍କ ପାଇଁ ପିଇବା ପାଣି ଯୋଗାଣର ଲକ୍ଷ୍ୟ ମଉଳି ଯାଉଛି। ନିମ୍ନମାନର ପାଇପ ବିଛାଯିବା କାମ ଏହାର ଏକ ନମୁନା ବୋଲି ଲୋକେ ଅଭିଯୋଗ କରିଛନ୍ତି। ନବରଙ୍ଗପୁର ପୌରାଞ୍ଚଳର ୧୩ ନମ୍ବର ୱାର୍ଡ ଗଡବାଗୁଡା ସାହିରେ ପୋକ ସାଲୁବାଲୁ ପାଣି ଆସୁଛି। ସ୍ଥାନୀୟ ଲୋକ ଅଭିଯୋଗ କଲା ପରେ ମଧ୍ୟ କୌଣସି ସମାଧାନ ହେଉନାହିଁ। ଏନେଇ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ରଞ୍ଜିତ ରାୟଙ୍କୁ ପଚାରିବାରୁ, ଡ୍ରେନ ନିର୍ମାଣ ପାଇଁ ମେଶିନ ଲଗାଇ ଖୋଲିବା ସମୟରେ ପାଇପ ଫାଟିଯାଇଛି। ଡ୍ରେନ ପାଣି ପାଇପରେ ପଶିଯାଇଛି। ରବିବାର ଏହାର ମରାମତି କରାଯିବ ବୋଲି ସେ କହିଛନ୍ତି।