ହିଞ୍ଜିଳିକାଟୁ ୨୨ା୯(ଡି.ଏନ.ଏ): ହିଞ୍ଜିଳିକାଟୁ ବ୍ଲକ ସାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ମଧ୍ୟାହ୍ନ ଭୋଜନରେ ପୋକ ବାହାରିଥିବା ଅଭିଯୋଗ ହୋଇଛି। ଖାଦ୍ୟରେ ପୋକ ଥିବାରୁ ବହୁ ଛାତ୍ରୀଛାତ୍ର ଖାଇ ନ ଥିବା ଅଭିଯୋଗ ହୋଇଛି। ଖାଦ୍ୟରେ ପୋକ ବାହାରିବା ଭିଡିଓ ଓ ଫଟୋ ଭାଇରାଲ ହୋଇଛି। ଏହି ଘଟଣା ନେଇ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସୁନିଳ ପାଢୀ ଉଦ୍ବେଗ ପ୍ରକାଶ କରିଛନ୍ତି। ବ୍ରହ୍ମପୁରରୁ ଏକ ଟ୍ରଷ୍ଟ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ମଧ୍ୟାହ୍ନ ଭୋଜନ ବିଦ୍ୟାଳୟରେ ପରିସରରେ ରୋଷେଇ କରାଯାଇ ପିଲାମାନଙ୍କୁ ଖାଇବାକୁ ଦେବା ନିମନ୍ତେ ପରିଚାଳନା ସଭାପତି ପାଢୀ, ଉପସଭାପତି ସୀମାଞ୍ଚଳ ସାହୁ, ୱାର୍ଡସଭ୍ୟ ପ୍ରଶାନ୍ତ ପାଢୀଙ୍କ ସମେତ ବହୁ ଅଭିଭାବକ ଦାବି କରିଛନ୍ତି। ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ପୋକ ବାହାରିବା ଅଭିଯୋଗ ପରେ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ବେହେରା ଉଚ୍ଚ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି।